ଅନୁଗୋଳ ଜିଲ୍ଲା ତୁରଙ୍ଗ ପଞ୍ଚାୟତ ଗୀତାଗ୍ରାମ ଅଞ୍ଚଳରେ ଥିବା ରେଡକ୍ରସ୍ ସ୍ଵତନ୍ତ୍ର ଦୃଷ୍ଟିହୀନ ଓ ମୁକବଧିର ବିଦ୍ୟାଳୟ ଅବିଭାବକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଯେ, ବଳରାମ ପ୍ରସାଦ ଅଞ୍ଚଳରେ ଥିବା ନକୁଳ ଚନ୍ଦ୍ର ଦୃଷ୍ଟିହିନ ଓ ମୁକବଧିର ବିଦ୍ୟାଳୟଟି ପୂର୍ବରୁ ରହିଥିଲା। ସେଠାରେ ଛାତ୍ର ଛାତ୍ରୀ ମାନଙ୍କର ଅବ୍ୟବସ୍ଥା ଥିବାରୁ ସେଠାକୁ ଅବିଭାବକ ମାନେ ପିଲା ମାନଙ୍କୁ ଛାଡ଼ୁ ନଥିଲେ। କିଛି ବର୍ଷ ହେଲା ଗୀତାଗ୍ରାମ ଅଞ୍ଚଳରେ ସେହି ବିଦ୍ୟାଳୟକୁ ଚାଲୁ କରିବା ପରେ ଅବିଭାବକ ମାନେ ପିଲା ମାନଙ୍କୁ ପୁନଶ୍ଚ ଛାଡିଥିଲେ। ଗତ କିଛି ଦିନ ହେଲା ଅବିଭାବକ ମାନେ ଖବର ପାଇଲେ ଯେ, ବିଦ୍ୟାଳୟ ପୂର୍ବରୁ ଯେଉଁଠି ଥିଲା ସେଠାକୁ ପୁନଶ୍ଚ ଫେରିଯିବ। ଗୀତାଗ୍ରାମ ରୁ ବିଦ୍ୟାଳୟ କୁ ସ୍ଥାନାନ୍ତର ନ କରିବା ପାଇଁ ଅବିଭାବକ ମାନେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
