• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Bymamatanews

Feb 7, 2026
Spread the love

ଅନୁଗୋଳ (୦୭/୦୨/୨୦୨୬) : ଜିଲ୍ଲା ସମ୍ମିଳନୀ କକ୍ଷଠାରେ ୨୦୨୭ ଜନଗଣନା ନିମନ୍ତେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ପ୍ରମୁଖ ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତର୍ ଠିକ୍ ସମୟରେ ଓ ନିର୍ଭୁଲ ଭାବେ ଜନଗଣନା ସମ୍ପାଦନ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ପ୍ରତାପ ପ୍ରୀତିମୟ ଜନଗଣନା ଏକ ଦର୍ପଣ ସଦୃଶ ବୋଲି କହିଥିଲେ।

ଏଥିରେ କେବଳ ବ୍ୟକ୍ତିବିଶେଷଙ୍କ ଗଣନା ନୁହେଁ, ପ୍ରତ୍ୟେକ ପରିବାରର ଆର୍ଥିକ, ସାମାଜିକ ଅବସ୍ଥାର ସଂପୂର୍ଣ୍ଣ ବିବରଣୀ ସଂଗ୍ରହ କରାଯିବ ଯାହା ଯୋଜନା ଏବଂ ନୀତି ପ୍ରଣୟନରେ ସାହାଯ୍ୟ କରିବ ବୋଲି ସେ କହିଥିଲେ। ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀ ପବିତ୍ର କୁମାର ମହଲା ଓ ପରିସଂଖ୍ୟାନ ଅନୁସନ୍ଧାନକାରୀ ଶ୍ରୀ ଦିପକ କୁମାର “ଗୃହ ତାଲିକାକରଣ” ଏବଂ ଗୃହ ଗଣନାର ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆସନ୍ତା ୧୬ ଏପ୍ରିଲରୁ ଆରମ୍ଭ ହୋଇ ୧୫ ମଇ ପର୍ଯ୍ୟନ୍ତ ଚାଲିବ। ଏହା ଦେଶର ପ୍ରଥମ ଡିଜିଟାଲ ଜନଗଣନା ହୋଇଥିବାରୁ ସାଧାରଣ ଜନତାଙ୍କ ସୁବିଧା ପାଇଁ ଆସନ୍ତା ୧ ରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ନିଜସ୍ଵ ଗଣନା ବ୍ୟବସ୍ଥା ଉପଲବ୍ଧ ରହିବ, ଯେଉଁଠାରେ ନାଗରିକମାନେ ନିଜେ ନିଜର ତଥ୍ୟ ପ୍ରଦାନ କରିପାରିବେ। ମୋବାଇଲ୍ ଆପ୍ ବ୍ୟବହାର ଏବଂ ଜନଗଣନା ପରିଚାଳନା ଓ ନିରୀକ୍ଷଣ ପୋର୍ଟାଲ ସମ୍ପର୍କରେ ସମସ୍ତ ନିଯୁକ୍ତ ଅଧିକାରୀମାନଙ୍କୁ ବିଧିବଦ୍ଧ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା, ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ଉପେନ୍ଦ୍ର ଲୋହା, ପାଳଲହଡ଼ା ଉପଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପଟେଲ, ଡେପୁଟି କଲେକ୍ଟର ଶ୍ରୀ ଜୟକୃଷ୍ଣ ପାତ୍ର, ସହକାରୀ ଜିଲ୍ଲାପାଳ ଶ୍ରୀ ସଞ୍ଜୟ କୁମାର ଭୋଇ, ତହସିଲଦାର, ଅତିରିକ୍ତ ତହସିଲଦାର, ମ୍ୟୁନିସିପାଲଟି ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *