• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ ବିଜୁ ମଇଦାନରେ ବିଜେଡି ର ପ୍ରତିବାଦ ସଭା

Bymamatanews

Mar 7, 2025
Spread the love


ଆଜି ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ବସ୍ତିଆ ଙ୍କ ସଭାପତିତ୍ଵ ରେ ରାଜ୍ୟ ସରକାର ବା ଡବଲ ଇଞ୍ଜିନ ସରକାରଙ୍କ ହିନ ରାଜନୀତି, ସରକାରୀ ଛୁଟି ବାତିଲ ସହିତ ପଂଚାୟତରାଜ ଦିବସ ପାଳନ ବନ୍ଦ ପ୍ରତିବାଦରେ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅପମାନ ସହି ନପାରି ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଅନୁଗୋଳ ସହର ସ୍ଥିତ ବିଜୁ ମଇଦାନ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଏକ ପ୍ରତିବାଦ ସଭା ଓ ଗଣ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି।ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ତଥା ଚାରି ଥର ର ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ବିଜୁ ବାବୁଙ୍କ ପ୍ରତି ରାଜ୍ୟ ସରକାର ବା ତଥା ଭାଜପା ସରକାରଙ୍କ ଏପରି ଅପମାନ ଜନକ କାର୍ଯ୍ୟର ଦୃଢ଼ ନିନ୍ଦା କରିବା ସହିତ ଅସନ୍ତୋଷ ପ୍ରକାଶ କରିଥିଲେ। ବିଜୁ ବାବୁ ହେଉଛନ୍ତି ସ୍ଵାଧୀନତା ସଂଗ୍ରାମୀ, ନବ ଓଡ଼ିଶାର ନିର୍ମାତା, ଓଡ଼ିଶାର ବର ପୁତ୍ର ହେଉଥିବାରୁ ତାଙ୍କ ପ୍ରତି ଏପରି ଅପମାନ କୁ ସହ୍ୟ ନକରି ଓଡ଼ିଶାବାସୀ,ଅନୁଗୋଳ ବାସି ଆଗମୀ ପଞ୍ଚାୟତ ନିର୍ବାଚନ ରେ ଏହାର ଜବାବ ଦେବେ ବୋଲି ବକ୍ତବ୍ୟ ରଖିଥିଲେ।ଭାଜପା ସରକାରଙ୍କ ଏଭଳି ଘୃଣ୍ୟ କାମକୁ ସ୍ଥାନୀୟ ନେତା,ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା ନିନ୍ଦା କରିଥିଲେ।
କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ନାଥ,ନଗର ଯୁବ ସଭାପତି ବିଶ୍ବରଂଜନ ସାହୁ, ଉପସଭାପତି ତଥା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସଂଯୋଜକ ଅବିନାଶ ପରିଡ଼ା,ବରିଷ୍ଠ କର୍ମକର୍ତ୍ତା ବାଉରୀ ବନ୍ଧୁ ସାହୁ,ନିର୍ମଳ
ଗଡନାୟକ,ନିର୍ମଳ ସାହୁ, ଦୁର୍ଯ୍ୟୋଧନ ସାହୁ,ବ୍ଲକ ଯୁବ ସଭାପତି ରାକେଶ ନନ୍ଦ,ଜିଲ୍ଲା ଛାତ୍ର ସଭାପତି ରାଜୀବ ଲୋଚନ ଦାସ, ମହିଳା ନେତ୍ରୀ ରାଜଶ୍ରୀ ମହାନ୍ତି, ରାଜ୍ୟ ଯୁବ ଉପସଭାପତି ଶିବାନୀ ଶଙ୍କର ଗୌଡ଼,ଅନୁଗୋଳ ପୌରାଞ୍ଚଳ ବିଜୁ ଜନତା ଦଳର ସମସ୍ତ କାଉନସିଲର,ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା,ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *