
ଫେମିଲି ହୋଟେଲ ନାମରେ ଚାଲିଥିଲା ମଦ ବ୍ୟବସାୟ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ସ୍ପେଶାଲ ସ୍କ୍ୱାର୍ଡ ଏକ ହୋଟେଲ ରେ ଚଢାଉ କରି ୧୫ ଲିଟର ରୁ ଉର୍ଦ୍ଧ ଜବତ କରିବା ସହ ଜଣେ ଯୁବକ ଅଟକ ରଖାଯାଇଛି। ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିଶା ବ୍ୟବସାୟୀ ଙ୍କୁ କାବୁ କରିବା ଉଦ୍ଦେଷ୍ୟରେ ଏସପି ରାହୁଲ ଜୈନ ପ୍ରହାର ନାମକ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି। ବଅଁରପାଳ ଥାନା ଅଞ୍ଚଳରେ ହୋଟେଲ କରି ନିଶା କାରବାର ହେଉଥିବା ନଜରରେ ରହିଥିବାରୁ ଏହି ଅଭିଯାନର ଏକ ଦଳ ଚଢାଉ କରିଥିଲେ। ବନ୍ଦା ଓଭରବ୍ରିଜ ନିକଟ ଅପସରା ନାମକ ଏକ ହୋଟେଲ ରେ ଚଢାଉ କରାଯାଇଥିଲା। ସେଠାରେ ପ୍ରାୟ ୧୫ ଲିଟର ରୁ ଉର୍ଦ୍ଧ ବିଭିନ୍ନ ମଦ ବୋତଲ ଜବତ କରିଥିଲେ। ଏହି କାରବାର ଅଭିଯୋଗରେ ହୋଟେଲ ରୁ ଜଣେ ଯୁବକକୁ ଆଣି ଥାନା ରେ ଅଟକ ରଖାଯାଇଛି।
