ବଅଁରପାଳ ଥାନା ଅନ୍ତର୍ଗତ ସାନ୍ତରାପୁର (ଖ) ପଞ୍ଚାୟତ ର ଓସ୍ତପାଳ ଗ୍ରାମରେ ଥିବା ହନୁମାନ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାରିଆ ସାହୁ ଙ୍କ ପୁଅ ଖୁକନ ସାହୁଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଗତ କାଲି ମଧ୍ୟ ରାତିରେ ହନୁମାନ ମନ୍ଦିର ରୋଷେଇ ଓ ଠାକୁରଙ୍କ ପୂଜା ବର୍ତ୍ତନର ମୂଲ୍ୟବାନ ସାମଗ୍ରୀ ସହିତ ଦାନବାକ୍ସ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ଗ୍ରାମରେ ଚହଳ ପଡ଼ିବା ପରେ ଗ୍ରାମବାସୀ ସନ୍ଧାନ ଲଗାଇଥିଲେ କିନ୍ତୁ କୌଣସି ସୁଫଳ ମିଳିପାରିଲା ନାହିଁ। ବଅଁରପାଳ ଥାନା ର ମହୀଧରପୁର ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପହଞ୍ଚି ଘଟଣା ସ୍ଥଳରେ ଫାଣ୍ଡି ଅଧିକାରୀ କେ ପି ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
