• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଲକ୍ଷଧିକ ଟଙ୍କାର ଅବୈଧ ବାଣ ଜବତ

Bymamatanews

Oct 7, 2024
Spread the love

ସୁନ୍ଦରଗଡ଼ ଜିଲ୍ଲା ରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ପୋଲିସ ଦଳ ଗଠନ କରି ରାଉରକେଲା ସହର ସ୍ଥିତ ପ୍ଲାଣ୍ଟ ସାଇଟ ଥାନା ଅଧୀନସ୍ଥ ଡେଲି ମାର୍କେଟ ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣରେ ଫୋଟକା ବାଣ ଜବତ କରିଛି ପୋଲିସ । ଆଗକୁ ଦୂର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ସହିତ ଦୀପାବଳୀ ଭଳି ପର୍ବରେ ବିନା ଲାଇସେନ୍ସ ରେ ବିକ୍ରି କରିବା ଅବୈଧ ହେଲେ ମଧ୍ୟ ରାଉରକେଲା ସ୍ମାର୍ଟ ସିଟି ସହରର ପ୍ଲାଣ୍ଟ ସାଇଟ ଥାନା ଅଧୀନସ୍ଥ ଡେଲି ମାର୍କେଟ ରେ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୧୮ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଛି ପୋଲିସ । ଏଥିରେ ସଂପୃକ୍ତ ଥିବା ଦୁଇ ଦୋକାନୀ ହେଲେ ବିକାଶ ଅଗ୍ରୱାଲ ଓ ଅଜୟ ଗୁପ୍ତା ଯେହେତୁ ଭେଲିଡ ଲାଇସେନ୍ସ ଦେଖାଇ ନ ଥିବାରୁ ଉଭୟଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *