ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଏବେ ମଦ୍ୟପ ଦୃବର୍ତ୍ତ ମାନଙ୍କ ଆଡ୍ଡାସ୍ଥଳୀ ସାଜିଛି । ବିଦ୍ୟାଳୟ କୁ ଆମେ ମନ୍ଦିର ବୋଲି କହିଥାଉ । ବିଦ୍ୟାଳୟ ଆଗାମୀ ଭବିଷ୍ୟତ ମାନଙ୍କୁ ଗଢିତୋଳି ଥାଏ । କିନ୍ତୁ ଏଭଳି ଏକ ପବିତ୍ର ସ୍ଥାନକୁ ଏବେ ନିଜ ଆଡ୍ଡାସ୍ଥଳୀ ବନେଇ ସାରିଲେଣି କିଛି କୁ ଖଳ ପ୍ରକୃତିର ଜନତା । ନିତିଦିନ ଆସି ବିଦ୍ୟାଳୟର ଥିବା ଖେଳ ପଡିଆ ରେ ମଦ୍ୟପାନ କରିବା ଯେପରି ଅଭ୍ୟାସରେ ପରିଣତ କରିଦେଲେଣି । ଖେଳ ପଡିଆ ଭିତରେ ମାଳ ମାଳ ମଦ ବୋତଲ ପଡ଼ିଥିବା ନଜିର ଆସିଚି । ଏମିତି କି ତାଙ୍କର ପତକା ଉତ୍ତୋଳନ ପାଇଁ ଥିବା ଅଶୋକ ସ୍ତମ୍ଭ କୁ ଛାଡିଲେ ନାହିଁ। ସେଠାରେ ମଦ୍ୟପାନ କରି ବୋତଲ ଗଡ଼ାଇ ଦେଇଛନ୍ତି। ରାତି ରେ ରୋଷେଇ କରି ମଦ ମାଂସ ର ଆସର ଜମୁଛି । ସ୍କୁଲ ଖେଳ ପଡିଆ ଏବେ ବୋତଲ ମୟ । ଯାହା ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଏକ କୁ ପ୍ରଭାବ ପଢିବା ସହ। ବିଭିନ୍ନ ଅପରାଧିକ ମାମଲା ସ୍ରୁଷ୍ଟି ହେବାର ସଙ୍କେତ ଆସୁଛି । ତେବେ ଏଥିପ୍ରତି ସାଧାରଣ ଜନତା ଙ୍କ ସହ ପୋଲିସ ପ୍ରଶାସନ ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ । ନହେଲେ ଦେଶର ଭବିଷ୍ୟତଙ୍କ ହାତରେ ବହି ଜାଗାରେ ବୋତଲ ଥିବ ସୁନିଶ୍ଚିତ ବୋଲି କହିଛନ୍ତି ଗ୍ରାମବାସୀ ।
