• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ତୀର୍ଥ ଯାତ୍ରାରେ ବାହାରିଲେ ୧୦୯ ଜଣ ବରିଷ୍ଠ ନାଗରିକ

Bymamatanews

Oct 7, 2025
Spread the love

ଅନୁଗୋଳ : ଆଜି ଅପରାହ୍ନରେ ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ଠାରେ ଅନୁଗୋଳ ଜିଲ୍ଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି ।

ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ଆପାତ କାଳିନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା, ଆସିଷ୍ଟାଣ୍ଟ କଲେକ୍ଟର ଶୁଭାଷିନୀ ନାୟକ ଓ ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ ।

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଅନୁଗୋଳର ୧୦୯ ଜଣ ବରିଷ୍ଠ ନାଗରିକ ୩ଟି ବସରେ ଆଜି ସମ୍ବଲପୁର ଅଭିମୁଖେ ବାହାରିଛନ୍ତି । ଆସନ୍ତାକାଲି ସମ୍ବଲପୁର ରେଳ ଷ୍ଟେସନ ଠାରୁ ସେମାନେ ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା କରିବେ । ତୀର୍ଥ କ୍ଷେତ୍ର ପରିଭ୍ରମଣ ଶେଷ କରି ଆସନ୍ତା ୧୩ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ୩ ଜଣ ଏସକର୍ଟ ଅଫିସର ତୀର୍ଥ ଯାତ୍ରୀମାନଙ୍କ ସାଥିରେ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *