• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ଅଭିଯୋଗ ଭିତ୍ତିହୀନ: ବିଜେଡି

Bymamatanews

Nov 7, 2024
Spread the love

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ ପରେ ପରିକ୍ରମା ପ୍ରକଳ୍ପ ନିର୍ମିତ ହୋଇଛି

କେବଳ ବଳ ରାଜନୀତି ଉଦ୍ଦେଶ୍ୟରେ ପୂର୍ବ ସରକାର ଓ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଅଭିଯୋଗ ପ୍ରବକ୍ତାଙ୍କ ଦ୍ବାରା ଅଣାଯାଇଥିବା ଭୁବନେଶ୍ବ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇ ଥିବା ଖବର ଆସିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଏହି ଫାଟ ପାଇଁ ଦାୟୀ ବୋଲି ଦାବି କରି ବିଜେପି ଅଭିଯୋଗକୁ ବିଜୁ ଜନତା ଦଳ ତରଫରୁ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ଵର ବେହେରା, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଓ ଦଳର ମୁଖପାତ୍ର ଶ୍ରୀ ଶ୍ରୀ ମିହିର ରାୟ ଦୃଢ଼ ଖଣ୍ଡନ କରିଛନ୍ତି ।ଶ୍ରୀ ଗଣେଶ୍ବର ବେହେରା କହିଥିଲେ, ମେଘନାଦ ପାଚେରୀର ରକ୍ଷଣାବେକ୍ଷଣ ଦାୟିତ୍ଵ ପ୍ରତ୍ନତତ୍ତ୍ୱ ବିଭାଗର, ଯାହା କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା । ତେଣୁ ପାଚେରୀରେ ଫାଟ ସୃଷ୍ଟି ହେଲେ, ଆଙ୍ଗୁଳି ନିର୍ଦ୍ଦେଶ କାହା ଉପରେ ହେବା ଦରକାର । ବିଜେପି ରାଜ୍ୟରେ ସରକାରକୁ ଆସିବା ଚାରି ମାସ ପୁରି ଗଲାଣି। ଶାସନ ଭାର ନେବା ପରେ, ପୁରୀରେ ପ୍ରଥମ କ୍ୟାବିନେଟ ବୈଠକ କରି ସରକାର ଏହି ବାର୍ତ୍ତା ଦେଇଥିଲେ ଯେ, ଜଗନ୍ନାଥଙ୍କ ପାଇଁ ସେମାନେ ସମର୍ପିତ। କିନ୍ତୁ, ପାଚେରୀରୁ ପାଣି ଗଳିବାକୁ ନେଇ ବୟାନବାଜି କରିବା ପୂର୍ବରୁ, ରାଜ୍ୟ ସରକାର ଏହି ପ୍ରସଙ୍ଗ ପ୍ରତ୍ନତତ୍ତ୍ବ ବିଭାଗକୁ ଅବଗତ କରିଛନ୍ତି କି ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କି ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଥିଲେ । ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ କରାଯାଇଥିବା ଖୋଳା ଖୋଳି କାରଣରୁ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି ବୋଲି ବିଜେପି ପ୍ରବକ୍ତା ଜାଣିଲେ କେମିତି ? ସେ କ’ଣ ଏହି ବିଷୟରେ ଜଣେ ବିଶେଷଜ୍ଞ ? ପ୍ରବକ୍ତାଙ୍କ ଏହି ଉଦ୍ୟମ ପର୍ବତକୁ ଢେଲା ମାରିବା ସଦୃଶ୍ୟ
ଶ୍ରୀ ବେହେରା ଆହୁରି କହିଥିଲେ, ଧନ୍ୟବାଦ ଦେବି ପୂର୍ବତନ ସରକାରଙ୍କୁ, ଜଗନ୍ନାଥ ମନ୍ଦିରକୁ ଆସୁଥିବା ଅଗଣିତ ଭକ୍ତ ମାନଙ୍କ ସୁବିଧା ପାଇଁ ପରିକ୍ରମା ପ୍ରକଳ୍ପ ପରି ଏକ ଅଭିନବ ପ୍ରକଳ୍ପ କରିବା ପାଇଁ ସାହସ ଦେଖାଇଲେ । ସେତେବେଳେ, ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ ବିଜେପିର ନେତାମାନେ ପରୋକ୍ଷରେ ଉଦ୍ୟମ କରିଥିଲେ । ମାମଲା ସର୍ବୋଚ୍ଚ ନ୍ୟାୟାଳୟକୁ ଯାଇ ଯାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟ କେବଳ ମାମଲାକୁ ଖାରଜ କରିବା ସ‌ହିତ ଅଭିଯୋଗକ ଯୋଗକାରୀଙ୍କ ଉପରେ ଜୋରିମାନା ମଧ୍ୟ ଲଗାଇ ଥିଲେ । ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ନିଜର ମତ ରଖିଥିଲେ ଏବଂ ତାଙ୍କ ତରଫରୁ ଏଭଳି କୌଣସି ଅଭିଯୋଗ କରାଯାଇ ନଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ କ୍ରମେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ହୋଇଥିଲା । ଆଜି ଦେଶ ବିଦେଶରୁ ଆସୁଥିବା ଅଗଣିତ ଭକ୍ତ ଏହାର ସୁବିଧା ପାଉଛନ୍ତି ବୋଲି ଶ୍ରୀ ବେହେରା କହିଥିଲେ।
ଇସ୍କନ ତରଫରୁ ଆୟୋଜିତ ହେବାକୁ ଥିବା ରଥଯାତ୍ରା ବିବାଦ ସମ୍ପର୍କରେ ଶ୍ରୀ ବେହେରା କହିଥିଲେ, ମାନ୍ୟବର ଗଜପତି ଏହି ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ସହିତ ବିଜୁ ଜନତା ଦଳ ଏକମତ । ଅସମୟରେ ରଥଯାତ୍ରା ଆୟୋଜନ କରି ପବିତ୍ର ରଥଯାତ୍ରା ପରମ୍ପରାକୁ ବିବାଦ ଭିତରକୁ ଆଣନ୍ତୁ ନାହିଁ ବୋଲି ଇସ୍କନକୁ ଆମର ନିବେଦନ । ଆଶା, ଇସ୍କନ କର୍ତ୍ତୃପକ୍ଷ ଏହାକୁ ସମ୍ମାନ ଦେବେ।ଡଃ ଲେନିନ ମହାନ୍ତି କହିଥିଲେ, ପରିକ୍ରମା ପ୍ରକଳ୍ପର ଆରମ୍ଭରୁ ହିଁ ବିଜେପିର ଅସୂୟା ଭାବ ସ୍ପଷ୍ଟ ଜଣା ପଡ଼ିଥିଲା ଓ ପ୍ରକଳ୍ପ କିପରି ବନ୍ଦ ହେବ ତାପାଇଁ ହୀନ ଉଦ୍ୟମ ଜାରି ରହିଥିଲା । ପ୍ରତ୍ନତତ୍ତ୍ୱ ବିଭାଗର ଅପାରଗତା ତାଙ୍କୁ ଦେଖା ଜାଉ ନାହିଁ । କେବଳ ରାଜନୀତି କରିବା ଉଦ୍ଦେଶ୍ୟରେ ପୂର୍ବ ସରକାର ଓ ବ୍ୟକ୍ତି ବିଶେଷକୁ ଦାୟୀ କରିବା ପାଇଁ ହୀନ ଉଦ୍ୟମ କରୁଛନ୍ତି।

Leave a Reply

Your email address will not be published. Required fields are marked *