• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମାନସିକ ବିକାର ଗ୍ରସ୍ତ ବୃଦ୍ଧଙ୍କୁ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଲେ ଦୁଇ ସାମ୍ବାଦିକ

Bymamatanews

Nov 7, 2024
Spread the love

ଅନୁଗୋଳ ସହର ଡି ଆଇ ସି ଛକ ଶୁଖୁଆ ସାହିରେ ଜଣେ ମାନସିକ ବିକାର ଗ୍ରସ୍ତ ବୃଦ୍ଧା ଗୁରୁତ୍ତର ଅବସ୍ଥାରେ ପଡିରହି ଥିବା ଦେଖି ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଛନ୍ତି। ସୂଚନା ମୁତାବକ ବଅଁରପାଳ ଥାନା ର ପାଣିଗୁଳା ଗ୍ରାମର ପର୍ଶୁ ବେହେରା ଗଛ ରୁ ପଡି ହାତ ଗୋଡ ରେ ବଡ ଖଣ୍ଡିଆ ହୋଇ ରକ୍ତ ସ୍ରାବ ହୋଇଥିଲା।

ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ପୁଅ ସହିତ ପୋଲିସ ଉପସ୍ଥିତିରେ ବ୍ୟଣ୍ଡେଜ କରି ଘରକୁ ଫେରିବା ସମୟରେ ଗାଡି ରୁ ଡେଇଁ ପଳାଇଥିଲେ। ପୋଲିସ ଓ ପୁଅ ଖୋଜା ଖୋଜି ଚଳାଇଥିଲେ। ବୃଦ୍ଧଜଣଙ୍କ ସେଠାରୁ ଦୌଡ଼ି ପଳାଇ ଡି ଆଇ ସି ଛକରେ ଥିବା ଶୁଖୁଆ ସାହିରେ ପଡି ରହି ନିଜର ବ୍ୟାଣ୍ଡେଜ୍ କପଡା କୁ ଖୋଲି ପଡି ରହିଥିଲେ ରକ୍ତ ସ୍ରାବ ଦେଖି ସ୍ଥାନୀୟ ଲୋକେ ଦୁଇ ସାମ୍ବାଦିକ ସୁଶାନ୍ତ ସାମଲ ଓ ସ୍ଵସ୍ତିକ ଦେବ ସାହୁଙ୍କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ସାମ୍ବାଦିକ ଗୁରୁତ୍ତର ବୃଦ୍ଧ ର ରକ୍ତ ସ୍ରାବ ଦେଖି ସ୍ଥାନୀୟ ଲୋକ ନିଜର ଲୁଗା ଦେବାରୁ ସେଥିରେ ବ୍ୟାଣ୍ଡେଜ୍ ବାନ୍ଧି ପୋଲିସ କୁ ଖବର ଦେଇଥିଲେ। ସମାଜସେବୀ ଚିନ୍ମୟୀ ଦାସ ଙ୍କ ସହ ଯୋଗଯୋଗ୍ କରି ଆମ୍ବୁଲାନ୍ସ ସହାୟତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରିଥିଲେ। ଅନ୍ୟ ଜଣେ ଦିନେଶ୍ସା ନାଏକ ସାମ୍ବାଦିକଙ୍କ ସହାୟତାରେ ତାଙ୍କ ଗ୍ରାମ ପାଣିଗୋଳା ର ସରପଞ୍ଚ ଙ୍କୁ ଯୋଗାଯୋଗ କରି ପରିବାର ବର୍ଗଙ୍କୁ ଜଣାଇଥିଲେ। ଚିକିତ୍ସାଳୟ ରେ ତାଙ୍କ ପୁଅ ପହଞ୍ଚିବା ପରେ ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଥିଲେ।

Leave a Reply

Your email address will not be published. Required fields are marked *