• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ତୈଳିକ ବୈଷ୍ୟ ସମାଜ ପକ୍ଷରୁ ଖଡକପ୍ରସାଦ ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ।

Bymamatanews

Nov 7, 2025
Spread the love

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ ଖଡ଼ଗପ୍ରସାଦ ଗ୍ରାମରେ ତୈଳିକ ବୈଶ୍ୟ ସାମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ, ଅନୁଗୋଳ ଜିଲ୍ଲା ସମନ୍ୱୟ ତୈଳିକ ବୈଷ୍ୟ ସମାଜର ଉପ-ସଭାପତି ଅନୁକୂଳ ସାହୁ ଓ ସମ୍ମାନୀତ ଅତିଥି ଭାବେ ବିନୋଦ କୁମାର ସାହୁ, ସଞ୍ଜୟ କୁମାର ସାହୁ, ଗୁରୁବାରି ସାହୁ ଓ ପ୍ରମୋଦ କୁମାର ସାହୁ ଯୋଗଦାନ କରିଥିଲେ।

ଗ୍ରାମରେ ତୈଳିକ ବୈଷ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କୁ ନେଇ ଗ୍ରାମ ସମାଜ ପକ୍ଷରୁ ପ୍ରଥମେ ଗ୍ରାମ ରେ ଘଣ୍ଟ, ଢୋଲ, ସାଉଣ୍ଡ ମାଧ୍ୟମରେ ସାଧବ ପୁଅ ଓ ବୋହୁ ଙ୍କୁ ନେଇ ପରିକ୍ରମା କରିଥିଲେ। ବ୍ରାହ୍ମଣୀ ନଦୀ କୂଳରେ ସାଧବ ପୁଅ ଓ ସାଧବାଣୀ ପହଞ୍ଚି ପରମ୍ପରା ଓ ନୀତିକାନ୍ତି ଅନୁଯାୟୀ ବ୍ୟବସାୟ ପାଇଁ ବାହାରି ଥିଲେ ସାଧବ ପୁଅ।

ପରବର୍ତ୍ତୀ ସମୟରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ମଞ୍ଚସ୍ଥ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ଦେଇ ସାରିବା ପରେ ଓଡ଼ାପଡ଼ା ବ୍ଲକ୍ ର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଗ୍ରାମର ଛୋଟ ଛୋଟ ପିଲା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଶେଷରେ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ କୃଷ୍ଣ ଚନ୍ଦ୍ର ନାୟକ ସଭା ସାଙ୍ଗ କରିଥିଲେ। ଖଡ଼ଗପ୍ରସାଦ ଗ୍ରାମର ତୈଳିକ ବୈଶ୍ୟ ସମାଜର ସମସ୍ତ ଜାତି ଭାଇ ଙ୍କର ସହଯୋଗ ରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସାକାର ହୋଇଥିଲା। ଗ୍ରାମର ଯୁବବର୍ଗ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *