• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

Bymamatanews

Dec 7, 2024
Spread the love

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ତୁରନ୍ତ ବନ୍ଦ କରିବା ଦାବିରେ ଆଜି ଅନୁଗୋଳ ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା ଆୟୋଜିତ ହୋଇଛି। ହିନ୍ଦୁ ସୁରକ୍ଷା ମଞ୍ଚ ଦ୍ୱାରା ଆୟୋଜିତ ପ୍ରତିବାଦ ସଭାରେ ବହୁ ସଂଖ୍ୟାରେ ସାଧୁସନ୍ଥ ଯୋଗ ଦେଇଥିଲେ। ଏକ ଶୋଭାଯାତ୍ରାରେ ପ୍ରତିବାଦକାରୀ ଅନୁଗୋଳ ଶୈଳଶ୍ରୀ କ୍ଷେତ୍ରରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା ଆୟୋଜନ କରିଥିଲେ। ସନ୍ନ୍ୟାସୀ ଚିନ୍ମୟ କୃଷ୍ଣ ଦାସଙ୍କୁ ଅନ୍ୟାୟପୂର୍ଣ୍ଣ କାରାବାସରୁ ତୁରନ୍ତ ମୁକ୍ତ କରିବା ସହ ବାଂଲାଦେଶରେ ହିନ୍ଦୁ ତଥା ଅନ୍ୟ ସମସ୍ତ ଅଳ୍ପସଂଖ୍ୟକଙ୍କ ଉପରେ ଇସଲାମିକ କଟ୍ଟରପନ୍ଥୀମାନଙ୍କ ଦ୍ବାରା ଆକ୍ରମଣ, ହତ୍ୟା, ଲୁଟ, ଅଗ୍ନିକାଣ୍ଡ ତଥା ମହିଳାଙ୍କ ଉପରେ ହେଉଥିବା ଅମାନବୀୟ ଅତ୍ୟାଚାରକୁ ବିରୋଧ କରାଯାଇଥିଲା। ବାଂଲାଦେଶରେ ହିନ୍ଦୁ ତଥା ଅନ୍ୟ ସମସ୍ତ ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ସହ ସମର୍ଥନରେ ବିଶ୍ଵବ୍ୟାପୀ ଅଭିମତ ବନାଇବା ନିମନ୍ତେ ଯଥାଶୀଘ୍ର ଉପଯୁକ୍ତ ପଦକ୍ଷପ ନେବାକୁ ଦାବି କରାଯାଇଥିଲା। ଏ ଅବସରରେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟର ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *