• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୮ ଡିସେମ୍ବର ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ସହାୟତା ବଣ୍ଟନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

Bymamatanews

Dec 7, 2024
Spread the love

୮ ଡିସେମ୍ବର ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ସହାୟତା ବଣ୍ଟନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ରାୟଗଡ:-ତା. ୭/୧୨-ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଚାଷୀମାନଙ୍କୁ ଧାନର ସହାୟତା ମୂଲ୍ୟ ସହିତ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ବଣ୍ଟନ କାର୍ଯ୍ୟକ୍ରମକୁ ବରଗଡ଼ ଜିଲ୍ଲାର ସହେଳାଠାରେ ଉଦଘାଟନ କରିବେ l ଏଥିସହିତ ଭିଡିଓ କନଫରେନସିଂ ମାଧ୍ୟମରେ ସିଧାପ୍ରସାରଣକୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀମାନେ ଦେଖି ପାରିବେ l ଏଥି ନିମନ୍ତେ ରୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଏକ ପ୍ରସ୍ତୁତି ବୈଠକ ଗତ ତା ୪/୧୨/୨୪ରିଖରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ. ଜିଲ୍ଲାର ଚଷୀମାନେ ସିଧାସଳଖ ଦେଖି ପାରିବେ l ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଲ୍ୟ ପଡ଼ିଆ ଠାରେ ଜିଲ୍ଲାର ଚାଷୀମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି l ଏହାଦ୍ୱାରା ଚାଷୀମାନେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ଟ.୨୩୦୦/-ସହିତ ଇନପୁଟ ସହାୟତା କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ପାଇବେ l ଯାହାଫଳରେ ଚାଷୀ ସର୍ବମୋଟ କ୍ୱିଣ୍ଟାଲ ପିଛା ଧାନର ମୂଲ୍ୟ ଟା. ୩୧୦୦/-ଟଙ୍କା ପାଇବେ l

Leave a Reply

Your email address will not be published. Required fields are marked *