ଅନୁଗୋଳ ଜିଲ୍ଲାରେ ଆଜି ଦୁଇଟି ନୂତନ ଥାନା ଗୃହ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନା ଯେ, ଆଜି ଭୁବନେଶ୍ୱର ନୟାପଲ୍ଲୀ ଠାରୁ ରାଜ୍ୟରେ ୧୨ ଗୋଟି ଥାନାର ନୂତନ ଗୃହ କୁ ଭିଡ଼ିଓ କନଫରେନ୍ସ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି।


ଏହି ପରିପେକ୍ଷୀ ରେ ଅନୁଗୋଳ ଜିଲ୍ଲାର ଦୁଇ ଗୋଟି ଥାନା ତଥା ସଦର ଥାନା ଏବଂ ସମଲ ଥାନା ର ନୂତନ ଗୃହ ଉଦ୍ଘାଟନ ହୋଇଛି। ସଦର ଥାନା ଉଦ୍ଘାଟନ କାର୍ଯ୍ୟ କ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲାପାଳ ଅବଦଲ ଏମ ଅଖତାର, IG ସତ୍ୟବ୍ରତ ଭୋଇ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ସମେତ ଅନ୍ୟ ଥାନା ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
