• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାରାୟଣୀ ଇଞ୍ଜିନିୟରିଂ କଲେଜରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ।

Bymamatanews

Mar 8, 2025
Spread the love

ଅନୁଗୋଳ ଜିଲ୍ଲା ର ବଅଁରପାଳ ବ୍ଲକ ଅନ୍ତର୍ଗତ ଅରାହାଟ ଠାରେ ଥିବା ନାରାୟଣୀ ଇଞ୍ଜିନିୟରିଂ କଲେଜ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡାକ୍ତର ସୁସ୍ମିତା ସାହୁ, ମୁଖ୍ୟ ବକ୍ତା ଭାବେ ଆଡଭୋକେଟ ଋତୁପର୍ଣ୍ଣା ମହାନ୍ତି ଉପସ୍ଥିତ ଥିଲେ । ଏହି ଦିବସର ଏକ ସୁନ୍ଦର ଥିମ ଭାବରେ ତ୍ୱରିତ କାର୍ଯ୍ୟ କରିବା ଓ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ସମ୍ମାନ ପ୍ରଦାନ କରିବାକୁ ଗୁରୁତ୍ଵ ଦେଇଥିଲେ ।

ମୁଖ୍ୟ ବକ୍ତା ଆଡଭୋକେଟ ଋତୁପର୍ଣ୍ଣା ମହାନ୍ତି କହିଥିଲେକି ସଂସାର ଗଠିବା ପାଇଁ ଯେମିତି ଗୋଟିଏ ନାରୀ ଓ ପୁରୁଷ ଉଭୟ ଙ୍କ ଆବଶ୍ୟକତା ପଡ଼ିଥାଏ ଠିକ ସେହିଭଳି ବିଭିନ୍ନ ଅନୁଷ୍ଠାନ ଗୁଡ଼ିକୁ ସଠିକ୍ ଭାବରେ ଚଳାଇବା ପାଇଁ ମହିଳା କର୍ମଚାରୀଙ୍କ ନିଯୁକ୍ତି ପ୍ରାଧାନ୍ୟ ଦେବା ନିହାତି ଆବଶ୍ୟକ ବୋଲି କହିଥିଲେ ।

ସେହିଭଳି ମହିଳାମାନଙ୍କୁ ପରିବାରର ଜନନୀ ଭାବରେ ନିଜର କର୍ତ୍ତବ୍ୟ ପାଳନ କରିବା ସହିତ ଉପଯୁକ୍ତ ସଂସ୍କାର ଦେଲେ ଆଗାମୀ ଦିନରେ ଏକ ସୁନ୍ଦର ପରିବେଶ ସହିତ ସମାଜକୁ ସଂସ୍କାର ମିଳିବ । ମୁଖ୍ୟ ଅତିଥି ଡାକ୍ତର ସୁସ୍ମିତା ସାହୁ ପ୍ରୋଜେକଟର ମାଧ୍ୟମରେ ନୂତନତ୍ବ ର ଉଦ୍ଭାବକ, କିଭଳି ଜଣେ ଭଲ ଅଭିଭାବକ , କିଭଳି ସନ୍ତାନର ଯତ୍ନ ନେଲେ ସେମାନେ ସମାଜରେ ଉପଯୁକ୍ତ ଶିଶୁ ଭାବରେ ନିଜର କର୍ତ୍ତବ୍ୟ କରି ପାରିବ ଏହା ହିଁ ଶିକ୍ଷା ପାଇବା ଜରୁରୀ ବୋଲି ଆଲୋଚନା କରିଥିଲେ । ଗୋଟିଏ ଛୋଟ ଶିଶୁ ନିଜର ପିତା ମାତା ଙ୍କ ଆଚରଣ , ଉଚ୍ଚାରଣ ,ସଂସ୍କାର ଆଦି ପିଲାଙ୍କ ଜୀବନ ଉପରେ ପ୍ରଭାବ ପକାଏ ବୋଲି ଡାକ୍ତର ସାହୁ କହିଥିଲେ । ତେବେ ଏହି କାର୍ଯ୍ୟକ୍ରମ ରେ ନାରାୟଣୀ ଇଞ୍ଜିନିୟରିଂ କଲେଜ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସହିତ ସ୍ୱର୍ଣ୍ଣପ୍ରଭା ସିଂହ , ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସୁଚାର ରୂପେ ପରିଚାଳନା କରିଥିବା ଲୋକ ସମ୍ପର୍କ ଅଧିକାରୀ ଶଶାଙ୍କ ଶେଖର ସାମଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *