ଅନୁଗୋଳ(୦୮.୦୩.୨୫ ରିଖ) ସାମାଜିକ ସଂଗଠନ “ସ୍ପନ୍ଦନ” ତରଫରୁ ବଣୁଆ ସାହି, (କଞ୍ଜରା, ବଅଁରପାଳ) କୋଠ ଘର ଠାରେ ସ୍ଵୟଂସହାୟକ ଗୋଷ୍ଠୀ ସଦସ୍ୟା ଏବଂ ବଣୁଆ ସାହି ଗ୍ରାମବାସୀ ମାନଙ୍କୁ ନେଇ ଆନ୍ତର୍ଜାତିକ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଅଛି।

ସ୍ଥାନୀୟ ୱାର୍ଡ ମେମ୍ବର ଜୟନ୍ତ ସାହୁ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଟ।ନିକ ଭାବେ ଉଦଘାଟନ କରିବା ସହିତ ବର୍ତ୍ତମାନ ସମୟରେ ମହିଳା ସଶକ୍ତିକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ରେଣୁବାଳା ସାହୁ, ମା’ ସମଲେଇ ସ୍ଵଂୟ ସହାୟକ ଗୋଷ୍ଠୀର ସମ୍ପାଦିକା, ବୈଜୟନ୍ତୀ ସାହୁ, ମା ଗ୍ରାମେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ମହିଳା ମାନଙ୍କ ଦ୍ଵାରା ବିଭିନ୍ନ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ସହିତ ବର୍ତ୍ତମାନ ସମୟରେ ସ୍ବାବଲମ୍ବୀ ହୋଇପାରିଥିବା ବୋଲି ଦର୍ଶାଇଥିଲେ।

ସ୍ପନ୍ଦନର ସଦସ୍ୟ ବିଭୁ ପ୍ରସାଦ ଶତପଥୀ ମହିଳା ଦିବସ ପାଳନର ପ୍ରାରମ୍ଭ, ଉଦ୍ଦେଶ୍ୟ, ସଶକ୍ତ୍ତିକରଣର ବିଭିନ୍ନ ଉଦାହରଣ ଉପସ୍ଥାପନ କରିବା ସହିତ ପ୍ରତ୍ୟେକ ମହିଳା ଲିଙ୍ଗଭିତ୍ତିକ ଅସମାନତା, ନିଶା ନିବାରଣ, ମହିଳା ଚୋରା ଚାଲାଣ, ବାଲ୍ୟ ବିବାହ, ନାରୀ ଶିକ୍ଷା, ବିଭିନ୍ନ ଧନ୍ଦା ମୂଳକ କୌଶଳ ଶିଖିବା ଲାଗି ଆଗ୍ରହ ରଖିବା, ସୁଷମ ଖାଦ୍ୟ ସେବନ, ନିରୋଗ ରହିବା, ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ସହିତ ନିଜ ସ୍ବାମୀ ଏବଂ ପିଲା ମାନେ ଘରୁ ବିନା ହେଲମେଟରେ ଗାଡ଼ି ଚଳାଇ ନ ଦେବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରି ଥିଲେ। ଚଳିତ ବର୍ଷର ବିଷୟ ବସ୍ତୁ ” ନିଜେ କରୁଥିବା ପ୍ରତ୍ୟେକ ଭଲ କାର୍ଯ୍ୟକୁ ତ୍ଵରାନିତ” କରିବା ସମ୍ବନ୍ଧରେ ସଚେତନ କରିଥିଲେ।

ଏହି ଦିବସ ପାଳନ ଅବସରରେ ଏକ ମ୍ୟୁଜିକ ଚେୟାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅଂଶ ଗ୍ରହଣ କରିଥିବା ମହିଳା ମାନଙ୍କୁ ମନ୍ଦାର ଗଛ ଦିଆଯାଇ ପୁରସ୍କୃତ କରାଯାଇଥିଲା। ଏହି ଦିବସ ପାଳନ ଅବସରରେ ନିକଟସ୍ଥ ପୋଖରୀ ହୁଡ଼ାରେ ନିମ୍ୱ, ଅଶୋକ, ବେଲ, ବଉଳ, ନଗଚମ୍ପା ଇତ୍ୟାଦି ବୃକ୍ଷ ରୋପଣ ମହିଳା ମାନଙ୍କ ଦ୍ଵାରା କରାଯାଇଥିଲା।
ଗ୍ରାମର ସଭାପତି ପ୍ରସନ୍ନ ସାହୁ, ସରୋଜ କୁମାର ମହାନ୍ତି, ଧନେଶ୍ଵର ସାହୁ, ତୁଳସୀ ଚନ୍ଦନ ମଲ୍ଲ ଇତ୍ୟାଦି ସଭା କାର୍ଯ୍ୟରେ ସହଯୋଗ କରିଥିଲେ। ଉକ୍ତ୍ତ କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣ ଗ୍ରାମବାସୀ ଉପସ୍ଥିତ ରହିଥିଲେ।
ଧନ୍ୟବାଦ୍।
ବିଭୁ ଶତପଥୀ, ସ୍ପନ୍ଦନ, ଅନୁଗୋଳ।
ମୋ:୯୪୩୭୪୪୧୫୫୨
