ଅନୁଗୋଳ : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ବ୍ୟକ୍ତିଙ୍କର ଯୌନାଙ୍ଗକୁ ଅନ୍ୟ ଜଣେ ବ୍ୟକ୍ତି ଆକ୍ରମଣ କରିବାରୁ ଗୁରୁତ୍ତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ଗୁରୁତ୍ତର ବ୍ୟକ୍ତି ଜଣ ଙ୍କ ହେଲେ ମହୀଧରପୁର ଅଞ୍ଚଳର ବଇଁଶୀ ନାଏକ ଙ୍କ ପୁଅ ନାଉରିଆ ନାଏକ (୪୦) ବୋଲି ଜଣା ପଡ଼ିଛି। । ସୂଚନା ମୁତାବକ ମହୀଧରପୁର ଅଞ୍ଚଳର ବଇଁଶୀ ନାଏକଙ୍କ ପୁଅ ନାଉରିଆ ନାଏକ ନରେନ୍ଦ୍ରପୁର ଗ୍ରାମରେ ରହି ଏକ କବାଡ଼ି ଦୋକାନରେ କାର୍ଯ୍ୟ କରନ୍ତି। ଗତ କାଲି ସନ୍ଧ୍ୟା ସମୟରେ ନାଉରିଆ ରହୁଥିବା ସ୍ଥାନରେ ରହୁଥିବା ରିଣ୍ଟୁ ନାମକ ଜଣେ ବ୍ୟକ୍ତି ଙ୍କ ସହ କୌଣସି କଥା କୁ ନେଇ ବଚସା ହୋଇଥିଲା। ଏ ବଚସାରେ ରିଣ୍ଟୁ ଉତକ୍ଷୀପ୍ତ ହୋଇ ନାଉରିଆ ଙ୍କ ଯୌନାଙ୍ଗକୁ ଆକ୍ରମଣ କରିଥିଲେ। ଯାହା ଫଳରେରେ ନାଉରିଆ ଗୁରୁତର ହୋଇ ଯାଇଥିଲେ। ନାଉରିଆଙ୍କ ଯୌନାଙ୍ଗ ରୁ ରକ୍ତସ୍ରାବ ହେବାରୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଏନେଇ କଣ୍ଟାବଣିଆ ଥାନା ରେ କୈାଣସି ଅଭିଯୋଗ ହୋଇନଥ୍ବା ସୁଚନା ମିଳିଛି।
