• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମା ସମଲେଇଙ୍କ ପୀଠରେ କାମ ନ କରି ବାହାବା ନେବା ଚେଷ୍ଟା କରୁଛି ବିଜେପି ସରକାର : ବିଜେଡି

Bymamatanews

Oct 8, 2024
Spread the love

ବିଜେପି ସରକାର କପି ପେଷ୍ଟର ସରକାର

ଭୁବନେଶ୍ବର : ରାଜ୍ୟରେ ଥିବା ବିଜେପି ସରକାର ଏକ କପି ପେଷ୍ଟ ସରକାର ଓ ନବୀନ ସରକାରଙ୍କ ଅମଳରେ ହୋଇଥିବା କାର୍ଯ୍ୟକୁ ବା ଯୋଜନା ଗୁଡିକୁ ନାମ ଓ ରଙ୍ଗ ପରିବର୍ତନ କରି ଚଳାଉଛନ୍ତି ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଉଛି। ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ। ଶ୍ରୀ ପୂଜାରୀ କହିଥିଲେ, ଓଡ଼ିଆରେ ଗୋଟେ ଢଗ ଅଛି, ଗାଲୁଆଙ୍କ ବାରବାଟୀ ଚାଷ । ଏହି ଢଗଟି ବର୍ତ୍ତମାନର ବିଜେପି ସରକାରଙ୍କ ପାଇଁ ପ୍ରଯୁଜ୍ୟ । କାରଣ ସରକାରକୁ ଆସିବାର ୧୨୦ ଦିନ ବିତି ଯାଇଥିଲେ ସୁଦ୍ଧା, କୌଣସି ନୂତନ କାମ ନକରି କେବଳ ନବୀନ ସରକାରଙ୍କ କାର୍ଯ୍ୟର ନାମ ଓ ରଙ୍ଗ ପରିବର୍ତ୍ତନ କରି ସରକାର ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି । I ଉଦାହରଣ ସ୍ବରୂପ, ଗତ ଦୁଇ ଦିନ ହେଲା ସମ୍ବଲପୁରର ମା ସମଲେଇଙ୍କ ମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫଟୋଥିବା ଏକ ପୋଷ୍ଟର ର ଲଗାଯାଇଛି ଓ ସମ ସମାନ ପୋଷ୍ଟର ମଧ୍ୟ ନେଲସନ ମଣ୍ଡେଲା ଛକରୁ ଛାପୁର ଛକ ପର୍ଯ୍ୟନ୍ତ ରାସ୍ତାର ବ୍ରିଜ ସମ୍ମୁଖରେ ମଧ୍ୟ ଲଗାଯାଇଛି। ସାରା ରାଜ୍ୟବାସୀ ଜାଣନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ନ ପଟ୍ଟନାୟକଙ୍କ ସମୟରେ ମା ସମଲେଶ୍ବରୀ ପିଠର ସମ୍ପୂର୍ଣ ସଫଳତା ସହ ରୂପାନ୍ତୀକରଣ କାଯ୍ୟ କରାଯାଇଥିଲା। ସେହିପରି ଛାପୁର ବ୍ରିଜ ବ୍ରିଜ ମଧ୍ୟ ତାଙ୍କରି ସମୟରେ ହୋଇଥିଲା। ବର୍ତ୍ତମାନର ବିଜେପି ସରକାର ବ୍ୟାନର ଲଗାଇ ନିଜର ପ୍ରଚାର କରିବାକୁ ଚାହୁଁଛନ୍ତି । ଲୋକଙ୍କ ପାଇଁ କାମ କରି ପୋଷ୍ଟର ବ୍ୟାନର ଲଗାନ୍ତୁ, ସେଥ୍‌ରେ ଅସୁବିଧା ନାହିଁ। କାମ ନ‌କରି କେବଳ ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି ନେବାକୁ ଚେଷ୍ଟାକଲେ ଲୋକ ଗ୍ରହଣ କରିବେ ନାହିଁ। ସେହିପରି, ପଶ୍ଚିମ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ବେଞ୍ଚ ପ୍ରତିଷ୍ଠା ନେଇ ବିଜେପି ସରକାର କୌଣସି ଆନ୍ତରିକତା ଦେଖାଇ ନାହାନ୍ତି । ପ୍ରଥମେ ଏପରି କୌଣସି ପ୍ରସ୍ତାବ ସରକାରଙ୍କ ପାଖରେ ନାହିଁ ବୋଲି କହିଥିଲେ,

Leave a Reply

Your email address will not be published. Required fields are marked *