• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଢେଙ୍କାନାଳ ଡା଼କମଣ୍ଡଳ ପକ୍ଷରୁ ଫିଲାଟେଲି ଦିବସ ପାଳନ

Bymamatanews

Oct 8, 2024
Spread the love

(୮/୧୦ /୨୦୨୪) ଢେଙ୍କାନାଳ ଡା଼କମଣ୍ଡଳ ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲା ଏବଂ ଅନଗୁଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରେ ଫିଲାଟେଲି ଦିବସ ପାଳନ କରାଯାଇଅଛି | ଏହି ଅବସରରେ ଢେଙ୍କାନାଳ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ପତ୍ର ଲିଖନ ଆଲୋଚନା, କୁଇଜ଼ ପ୍ରତିଯୋଗିତା ଓ କର୍ମଶାଳା ଆଦିର ଆୟୋଜନ କରାଯାଇଥିଲା | ପ୍ରତିଯୋଗିତାରେ ପ୍ରାୟ 100 ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଭାଗ ନେଇଥିଲେ | ପ୍ରତିଯୋଗିତା ରେ ଢେଙ୍କାନାଳ ଡା଼କମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଦାଶ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ | ଏଥି ସହ ଭାରତୀୟ ଡାକ ବିଭାଗ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଯଥା ଢାଇ ଅକ୍ଷର ଲେଟର ରାଇଟିଙ୍ଗ , ଦିନ ଦୟାଲ ସ୍ପର୍ଶ ଯୋଜନା ଓ ଷ୍ଟାମ୍ପ ଡିଜାଇନ ପ୍ରତିଯୋଗିତା ଉପରେ ବିସ୍ତୃତ ବର୍ଣନା କରିଥିଲେ | ଅନୁଷ୍ଠିତ ପତ୍ର ଲିଖନା ବାର୍ତାଳାପ , କୁଇଜ଼ ପ୍ରତିଯୋଗିତା ଏବଂ କର୍ମଶାଳାରେ ଢେଙ୍କାନାଳ ଡାକ ମଣ୍ଡଳର ସହକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମୁଲ୍ୟ ପ୍ରସାଦ ପଣ୍ଡା , ଢେଙ୍କାନାଳ ପ୍ରଧାନ ଡାକଘରର ଡାକପାଳ ଶ୍ରୀଯୁକ୍ତ ସତ୍ୟବାଦୀ ଦାସ , ଜନସମ୍ପର୍କ ନିରୀକ୍ଷକ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ସାହୁ ଓ ଅଫିସ ଆସିଷ୍ଟାଣ୍ଟ କାଳନ୍ଦୀ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ |

Leave a Reply

Your email address will not be published. Required fields are marked *