ଦୁର୍ଗା ପୂଜା -ତା-୦୯.୧୦.୨୦୨୪ ରିଖ ରୁ ତା-୧୪.୧୦.୨୦୨୪ ରିଖ
ଲକ୍ଷ୍ମୀ ପୂଜା – ତା- ୧୬.୧୦.୨୦୨୪ ରିଖ ରୁ ତା- ୨୭.୧୦.୨୦୨୪ ରିଖ

ଅନୁଗୁଳ ଟାଉନରେ ଦୁର୍ଗା ପୂଜା ଏବଂ ଲକ୍ଷ୍ମୀ ପୂଜା ମହୋତ୍ସବର ସୁଗମ ଏବଂ ସୁବିଧାଜନକ ପରିଚାଳନା ପାଇଁ ନିମ୍ନଲିଖୂତ ଟ୍ରାଫିକ୍ ପରାମର୍ଶ ଜାରି କରାଯାଇଛି |କୌଣସି ସାଧାରଣ ଚାରି ଚକିଆ ଯାନ ବାହାନ ଗୁଡିକୁ ରାଜ୍ ହୋଟେଲ ଛକ ଠାରୁ ହୁଲସୁରିଙ୍ଗା ଛକ ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥରେ ଅପରାହ୍ନ ୪ ଘଟିକା ରୁ ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ ସମ୍ବଲପୁର ପାର୍ଶ୍ୱରୁ ଆସୁଥିବା ସମସ୍ତ ଭାରି ଯାନ ଓ ଅନ୍ୟ ଚାରି ଚକିଆ ଯାନ ବାହାନ ଗୁଡିକ ହୁଲୁରିସିଙ୍ଗା ଛକରୁ ରାଜ୍ ହୋଟେଲ ଛକକୁ, ଗାନ୍ଧୀମାର୍ଗ – ହେମସୁରପଡା ରାସ୍ତା ଦେଇ ଯାଇ ପାରିବେ । ସମସ୍ତ ହାଲୁକା ଚାରି ଚକିଆ ଯାନ ବାହାନ ଗୁଡିକ DIC ଛକରୁ ବାସନ୍ତୀ ଦୂର୍ଗାପୂଜା ପଡିଆ ପର୍ଯ୍ୟନ୍ତ ଆସି, ସେଠାରେ ଗାଡି ପାର୍କିଂ କରିପାରିବେ ।ନାଲକୋ ପାର୍ଶ୍ବରୁ ଆସୁଥିବା ସମସ୍ତ ଭାରି ଯାନ ଓ ଅନ୍ୟ ଚାରି ଚକିଆ ଯାନ ବାହାନ ଗୁଡିକ ରାଜ ହୋଟେଲ ଛକରୁ ହୁଲରିସିଙ୍ଗା ଛକ – ତାମ୍ରିତ କଲୋନୀ – ସର୍କିଟ ହାଉସ୍ ଛକ – ବି.ଇ.ଡି ଛକ – ମିଶ୍ର ପଡା ଛକ ଦେଇ ହରିମହୁରୀ ଛକ ଠାରେ ୫୫ ନମ୍ବର ଜାତୀୟ ରାଜପଥରେ ପହଞ୍ଚି ପାରିବେ । ସମସ୍ତ ହାଲୁକା ଚାରି ଚକିଆ ଯାନ ବାହାନ ଗୁଡିକ ସର୍କିଟ ହାଉସ ଛକରୁ ଥାନା ଛକ ଦେଇ ଅନୁଗୁଳ ହାଇ ସ୍କୁଲପଡିଆ( ଷ୍ଟାଡିଅମ ସାମ୍ନା) ପର୍ଯ୍ୟନ୍ତ ଆସି, ସେଠାରେ ଗାଡି ପାର୍କିଂ କରିପାରିବେ ।ମହୀଧରପୁର ପାର୍ଶ୍ବରୁ ଆସୁଥିବା ସାଧାରଣ ଚାରି ଚକିଆ ଯାନ ବାହାନ ଗୁଡିକ ସବ୍ କଲେକ୍ଟର ରେସିଡେନ୍ସ ଠାରୁ ନୂଆ ବସ୍ ଷ୍ଟାଣ୍ଡ ଆଡକୁ ଯାଇପାରିବେ କିମ୍ବା ସର୍କିଟ ହାଉସ ଛକ ଠାରୁ ଥାନା ଛକ ଦେଇ ଅନୁଗୁଳ ହାଇ ସ୍କୁଲ ପଡିଆ( ଷ୍ଟାଡିଅମ ସାମ୍ନା) ପର୍ଯ୍ୟନ୍ତ ଆସି, ସେଠାରେ ଗାଡି ପାର୍କିଂ କରିପାରିବେ ।ରାଜ୍ ହୋଟେଲ ଠାରୁ ହରିମହୁରୀ ଛକ ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥରେ କୌଣସି ଯାନ ବାହାନ ପାକିଂ କରିପାରିବେ ନାହିଁ ।
ତା- ୦୯.୧୦.୨୦୨୪ ରିଖ ରୁ ତା-୧୪.୧୦.୨୦୨୪ ରିଖ ଦୁର୍ଗା ପୂଜା ସମୟରେ ଏବଂ ତା- ୧୬.୧୦.୨୦୨୪ ରିଖ ରୁ ତା- ୨୭.୧୦.୨୦୨୪ ଲକ୍ଷ୍ମୀ ପୂଜା ସମୟରେ, ସମୟ ଅପରାହ୍ନ ୪.୦୦ ଘଟିକା ଠାରୁ ରାତ୍ର ୧୨.୦୦ ଘଟିକା ପର୍ଯ୍ୟନ୍ତ, Emergency ଆମ୍ବୁଲାନ୍ସ, ଅଗ୍ନିଶମ, ପୋଲିସ, ପ୍ରଶାସନିକ ବିଭାଗର ଯାନ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଯାନ ବ୍ୟତୀତ, ଅନ୍ୟ କୌଣସି ସାଧାରଣ ଯାନବାହାନ ଗୁଡିକ ୫୫ ନମ୍ବର ଜାତୀୟ ରାଜପଥରେ ଯିବା ଆସିବା ପାଇଁ ଅନୁମତି ଦିଆଯିବ ନାହିଁ।

