ବାରମ୍ବାର ଅଘଟଣ ରେ କର୍ମଚାରୀଙ୍କ ମୃତ୍ୟୁ ନେଇ କେବେ ନିଦ ଭାଙ୍ଗିବ ଉଚ୍ଚ ଅଧିକାରୀଙ୍କ
ଅନୁଗୋଳ ଜିଲ୍ଲା ନାଲକୋ କାରଖାନାରେ କାର୍ଯ୍ୟରତ କର୍ମଚାରୀ ଛବିଳ ନାୟକ ପ୍ଲାଣ୍ଟ ପରିସରରେ କାମ କରୁଥିବା ବେଳେ ଟିଭି ଏସ୍ ଷ୍ଟାଣ୍ଡ୍ ରୁ ଖସି ପଡ଼ିଥିଲେ । ତାଙ୍କୁ ମେଡିକାଲ ନବା ସମୟରେ ତାଙ୍କର ମୃତ୍ୟୁ ।

ସେ ଗତକାଲି ରାତି ରେ କାଯ୍ୟରେ ଯୋଗଦେବା ପାଇଁ କାରଖାନା ଭିତରକୁ ପ୍ରବେଶ କରିଥିଲେ । କାମ କରୁଥିବା ବେଳେ କୌଣସି କାରଣ ବଶତଃ ପ୍ରାୟ ୨୦ ଫୁଟ ଉପରୁ tvs ଷ୍ଟାଣ୍ଡରୁ ଖସି ପଡ଼ିଥିଲେ । ତତ୍କ୍ଷଣିତ ତାଙ୍କୁ ନାଲକୋ ମେଡ଼ିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ଭୁବନେଶ୍ବର ର ଏକ ଘୋରୋଇ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ହସ୍ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଥିଲା । ପରିବାର ଲୋକ ଯାଇ ଡାକ୍ତର ଙ୍କୁ ଜଣାଇବା ପରେ ଆମ୍ବୁଲାନ୍ସ ପାଖକୁ ଡାକ୍ତର୍ ଆସି ଦେଖିବା ପରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ସେହି ଆମ୍ବୁଲାନ୍ସ ଯୋଗେ ନାଲକୋ ଗେଟ ନିକଟକୁ ଶବକୁ ଅଣାଯାଇଥିଲା । ତେବେ ନାଲକୋ ମେଡ଼ିକାଲ ସମ୍ମୁଖରେ ଶବକୁ ରଖି ବିଭିନ୍ନ ସଂଘଠନ ତଥା ଆଲୁମିନିୟମ ମଜଦୂର ସଂଘର ସଭାପତି ମୁନା ସାମଲ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଗଭୀର ସୋକ ପ୍ରକାଶ କରିଥିଲେ।

ସମ୍ପାଦକ ବିନୋଦ ବିହାରୀ ସାମଲ ,ନେସ ର ସଭାପତି ନିର୍ମଳ ସାମଲ , ସମ୍ପାଦକ ରଞ୍ଜିତ ସାହୁ , ଉପସ୍ଥିତ ରହି କ୍ଷତିପୂରଣ ଦାବି କରିଥିଲେ । ନାଲକୋ ପକ୍ଷରୁ ଜିଏମ ଶୁଭେନ୍ଦୁ ନାୟକଙ୍କ ଅଧ୍ୟକ୍ଷତାରେ ସମସ୍ତ ୟୁନିୟନଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରର ଜଣକୁ ନିଯୁକ୍ତି ଏବଂ ନାଲକୋ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ନାଲକୋ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦେବାପରେ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ ।
