• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନବରତ୍ନ କାରଖାନା ନାଲକୋର ୪୫ତମ ପ୍ରତିଷ୍ଠା ଦିବସ ପାଳିତ

Bymamatanews

Jan 9, 2025
Spread the love

ଦିତୀୟ କୋଣାର୍କ ରୂପେ ପରିଚିତ ନାଲକୋର ୪୫ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଗୋପବନ୍ଧୁ ପାର୍କ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ନିର୍ଦେଶକ ତଥା ପ୍ରାକ୍ତନ ଭାରପ୍ରାପ୍ତ ସି.ଏମ.ଡି ଗଦାଧର ଉପାଧ୍ୟାୟ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଅବସର ପ୍ରାପ୍ତ ଆଇ.ଏ.ଏସ ପ୍ରଦିପ୍ତ କୁମାର ବିଶ୍ବାଳ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ସମ୍ବଲପୁର ୟନିଭରସିଟିର ଭାଇସ୍ ଚାନସଲର ପ୍ରଫେସର ବିଧୁଭୁଷଣ ମିଶ୍ର ଯୋଗଦେଇଥିଲେ ।

ନିର୍ବାହୀ ନିର୍ଦ୍ଦେଶକ ଶ୍ରୀନିବାସ ଶୁଭ୍ରମଣ୍ୟମ ଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନବ ସମ୍ବଳ ମହାପ୍ରବନ୍ଧକ ଶୁଭେନ୍ଦୁ କୁମାର ନାୟକ ଯୋଗଦେଇ ଅତିଥି ମାନଙ୍କ ପରିଚୟ ଏବଂ ନାଲକୋ ନବରତ୍ନ କମ୍ପାନୀର ଦୃଢତା ଏବଂ ପ୍ରତିବଦ୍ଧତା ଉପରେ କହିଥିଲେ । ଏହି ଅବସରରେ ସି.ପି.ପି ସମୂହ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମିଶ୍ର ଏବଂ ବିଭିନ୍ନ ବିଭାଗର ଗୋଷ୍ଠୀ ମହାପ୍ରବନ୍ଧକ ମାନେ ଉତ୍ପାଦନ ଏବଂ ଗୁଣବତା ଉପରେ କହିଥିଲେ । ନାଲକୋ ର କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ସଫଳତାର ଶ୍ରେୟ ଦେଇଥିଲେ । ସାଂସଦ ରୁଦ୍ରନାରାୟଣ ପାଣି ଙ୍କ ଦ୍ୱାରା ଏହି ଉତ୍ସବ ଉପଲକ୍ଷେ ପଠାଯାଇଥିବା ବାର୍ତ୍ତାକୁ କିଶୋର କୁମାର ବେହେରା ପଠନ କରିଥିଲେ । ଅନୁଗୋଳ ଅଦୃତା ଶିଶୁ ମାନଙ୍କ ଦ୍ଵାରା ଗଣେଷ ଙ୍କ ବନ୍ଦନା ଅଭିନୟ ମାଧ୍ୟମରେ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ ସାକାର କରିବା ଦିଗରେ ବରିଷ୍ଠ ପ୍ରବନ୍ଧକ କିଶୋର କୁମାର ବେହେରା, ଶୀତଳ ସମୀର ମାଝୀ ଙ୍କ ସମେତ ୱେଲ ଫେୟାର କମିଟି ସହାୟତା କରିଥିଲେ ସମସ୍ତ ୟୁନିୟନର ପ୍ରତିନିଧି ଯୋଗ ଦେବା ସହ ସମ୍ବର୍ଦ୍ଧିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *