ତାଳଚେର ବଡ଼ସିଂହଡ଼ା ଗ୍ରାମର “ଏଲିଟ୍ ଏଜୁକେସନାଲ୍ ଗ୍ରୁପ୍”ର ଅନୁବନ୍ଧିତ ଶିକ୍ଷାନୁଷ୍ଠାନ “ଏଲିଟ୍ ଏକ୍ସିଲେନ୍ସ୍ ହାଇଅର୍ ସେକେଣ୍ଡାରୀ ସ୍କୁଲ୍” ଓ ଏଲିଟ୍ ଏକାଡେମୀର ବାର୍ଷିକ ଉତ୍ସବ “ଏସ୍ପାୟାର – ୨୦୨୫” ଅନୁଷ୍ଠିତ ହୋଇଯାଇଛି । ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଅଧ୍ୟକ୍ଷ ଡଃ ଧରଣୀ ଧର ନାଥ ମୁଖ୍ୟ ବକ୍ତା , ପୂର୍ବତନ ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର୍ ଶାନ୍ତନୁ କୁମାର ସର ସମ୍ମାନୀତ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉଦ୍ଘାଟନ ସମାରୋହରେ “ଏଲିଟ୍ ଏଜୁକେସନାଲ୍ ଗ୍ରୁପ” ର ଅଧକ୍ଷ ତଥା ପ୍ରତିଷ୍ଠାତା ସୁଶୀଲ୍ ପ୍ରାସାଦ୍ ସାହୁ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନେ “ଏଲିଟ୍ ଛାତ୍ରବୃତ୍ତି ଯୋଜନା”ର ଶୁଭାରମ୍ଭ କରିଥିଲେ ଯେଉଁଥିରେ ପ୍ରତିବର୍ଷ ଦଶ ଜଣ ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ଶିକ୍ଷାନୁଷ୍ଠାନରେ ସଂପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରାଯିବ। ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଓଡ଼ିଶୀ, ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ପ୍ରଦର୍ଶନ କରି ଉପସ୍ଥିତ ଅତିଥି ମାନଙ୍କ ମନୋରଞ୍ଜନ କରିଥିଲେ । ଅତିଥିମାନେ କୃତି ଛାତ୍ର ଛାତ୍ରୀ ତଥା ଜେଇଇ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କୀର୍ତ୍ତିକ୍ରୀଷ୍ଣା ପ୍ରଧାନ, ସନ୍ଦୀପ କୁମାର ସାହୁ ଓ ଶ୍ରିଶେସ ପ୍ରତାପ ପତି ସମ୍ମାନଜନକ ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅର୍ ପୁରସ୍କାର ପ୍ରାପ୍ତ କରିଥିଲେ ।


