• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରବାସୀ ଭାରତୀୟଙ୍କ କଟକ ନିର୍ଦ୍ଧାରିତ ପର୍ଯ୍ୟଟନ ସ୍ଥାନ ପରିଭ୍ରମଣ

Bymamatanews

Jan 9, 2025
Spread the love

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରବାସୀ ଭାରତୀୟ ମାନେ ଆଜି କଟକର ନେତାଜୀ ଜନ୍ମପୀଠ ଓ ସଂଗ୍ରାହଳୟ, ନୌବାଣିଜ୍ୟ ସଂଗ୍ରାହଳୟ, ନ୍ୟାୟିକ ସଂଗ୍ରାହଳୟ ସହ ସିଲଭର୍ ସିଟି ବୋଟ ଆଦି ପରିଦର୍ଶନ କରିଛନ୍ତି। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ୨ଜଣ ଆମେରିକୀୟ ପରେ ପରେ ଦୁବାଇର ୧୫ଜଣ ତଥା ସଂଧ୍ୟା ସମୟରେ ବିଭିନ୍ନ ଦେଶର ୪୦ଜଣିଆ ଦଳ ସର୍ବମୋଟ ୫୭ଜଣ ପ୍ରବାସୀ ଭାରତୀୟ ମାନେ କଟକ ପରିଭ୍ରମଣରେ ଆସି ସନ୍ଧ୍ୟାରେ ଅନୁଷ୍ଠିତ ହେଉଥିବା ମହାନଦୀ ଫେଷ୍ଟିଭାଲ ରେ ସାମିଲ ହୋଇ ପାରାମ୍ପରିକ ରୀତିରେ ବିଭିନ୍ନ ହସ୍ତଶିଳ୍ପ, ହସ୍ତତନ୍ତ, ଚିତ୍ରକଳା, ତାରକସସୀ ଆଦିରେ ନିର୍ମିତ ହୋଇଥିବା ଉତ୍ପାଦ ଗୁଡ଼ିକର ପ୍ରଦର୍ଶନୀ ମେଳା ବୁଲି ଦେଖିବା ସହ ଘରୋଇ ଢ଼ାଇଞ୍ଚାରେ ପ୍ରସ୍ତୁତି ଏଵଂ ପାରମ୍ପାରିକ ଖାଦ୍ୟପେୟର ମଜା ନେଇଥିଲେ । ପ୍ରବାସୀମାନେ ଏଭଳି ଭବ୍ୟ ଆୟୋଜନ ପାଇଁ ବହୁତ ଖୁସି ହେବା ସହ ଗର୍ବିତ ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ଅଧିକରୁ ଅଧିକ ପ୍ରବାସୀ ଭାରତୀୟ ଆସିବାର କାର୍ଯ୍ୟକ୍ରମ ରହିଛି, ସେଥିପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *