• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କୋଇଲା ୱାଗନ ଚଡ଼ି ବିଜୁଳି ଆଘାତରେ ଯୁବକ ଗଲେ ଜଳି

Bymamatanews

Feb 9, 2025
Spread the love

ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ରେଳ ଫାଟକ ନିକଟରେ ଟ୍ରେନର କୋଇଲା ବଗି ଉପରେ ଚଡ଼ି ଜଳି ଗଲେ ବ୍ୟକ୍ତି। ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଗୁରୁତ୍ତର ଜଣ ଙ୍କ ହେଲେ ଠାକୁରଗଡ ଥାନା ଗିରିଧା ଗ୍ରାମର ସହଦେବ ନାଏକ ବୋଲି ଜଣା ପଡିଛି। ସୂଚନା ଯେ, ଠାକୁରଗଡ ଥାନା ଗିରିଧା ଗ୍ରାମର ସହଦେବ ନାଏକ ଗୋଳାବନ୍ଧ ଗ୍ରାମର ଅଞ୍ଚଳରେ ରହି ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। ଆଜି ସକାଳ ୧୦ ଘଟିକା ବେଳେ ଘରୋଇ ସଂସ୍ଥା କୁ ଏକ କୋଇଲା ବୋଝେଇ ଟ୍ରେନ ଯାଉଥିଲା। ସେହି ଟ୍ରେନ ଉପରେ ସହଦେବ କେଉଁ କାରଣରୁ କୋଇଲା ବଗି ଉପରେ ଚଢି ଥିଲେ ତାହା ଅସ୍ପଷ୍ଟ ରହିଛି। ଟ୍ରେନ ଚାଳିତ ବିଦ୍ୟୁତ୍ ତଥା ୨୫ ହଜାର ଭୋଲଟ ସଂସ୍ପର୍ଶରେ ଆସିବାରୁ ବାରୁ ସହଦେବ ଜଳି ଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ବାସୀ ଘଟଣା ଟିକୁ ଦେଖି ଗୁରୁତ୍ତର ଅବସ୍ଥାରେ ସହଦେବଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଇଥିଲେ । ସହଦେବ ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *