• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଯୁବକ ଗିରଫ

Bymamatanews

Feb 9, 2025
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିଥିବା ନେଇ ଭୁବନେଶ୍ବରରୁ ଜଣେ ବ୍ୟକ୍ତିଙ୍କୁ ବଅଁରପାଳ ପୋଲିସ ଗିରଫ କରିଛି। ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଗିରଫ ବ୍ୟକ୍ତିଙ୍କ ଘର ପଳାସା , ଆନ୍ଧ୍ରପ୍ରଦେଶର ପଳାଶା ଅଞ୍ଚଳର ନବୀନ ବୋରାଡ ବୋଲି ଜଣା ପଡ଼ିଛି। ଗିରଫ ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ୨୦୨୨ ମସିହାରେ ଇନଷ୍ଟାଗ୍ରାମ ରେ ବନ୍ଧୁତା ସ୍ଥାପନ କରିଥିଲେ। ପରେ ବନ୍ଧୁତାରୁ ଦୁଇ ଜଣଙ୍କ ମଧ୍ୟରେ ଗଢି ଉଠିଲା ପ୍ରେମ ସମ୍ପର୍କ। ସେହି ପ୍ରେମ ସମ୍ପର୍କ ଦୁଇ ଜଣ ପ୍ରେମୀ ଯୁଗଳ ହୋଇଗଲେ। ଦୁଇ ଜଣ ପ୍ରେମରେ ଅନ୍ଧ ହୋଇ ବିଭିନ୍ନ ସ୍ଥାନରେ ଶାରିରୀକ ସମ୍ପର୍କ ଗଢି ଉଠିଥିଲା । ତେଣୁ ଯୁବତୀ ଜଣଙ୍କ ଏକ ଲଜ୍ ରେ ଉକ୍ତ ଯୁବକ ସହିତ ଶାରିରୀକ ସମ୍ପର୍କ ରଖିବା ବେଳେ ଯୁବକ ଜୋର୍ ଜବର ଭିଡିଓ କରିଥିଲେ। ଯାହା ଫଳରେ ପରେ ଯୁବତୀଙ୍କୁ ଧମକ ଦେବା ସହ ଟଙ୍କା ମାଗିଥିଲେ। ଯୁବତୀ ଜଣଙ୍କ ପରେ ଜାଣିବାକୁ ପାଇଲେ କି ଉକ୍ତ ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ପୋଷ୍ଟ କରିଛନ୍ତି। ଏନେଇ ଯୁବତୀ ଜଣଙ୍କ ଜାନୁଆରୀ ୨୫ ତାରିଖରେ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗକୁ ଭିତ୍ତି କରି ପୋଲିସ ଆଜି ଭୁବନେଶ୍ଵରରୁ ନବିନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *