ଅନୁଗୋଳ : ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲଡ, ୨୦୨୫ ଅନୁଷ୍ଠିତ ହୋଇଯାଇଅଛି। ଏହି ଲୋକ ଅଦାଲତରେ ୧୭୨ଟି ପ୍ରାକ ମୋକଦ୍ଦମା ଜନିତ ମାମଲାର ଫଇସଲା କରାଯାଇ ୩୪ଲକ୍ଷ ୯୮ ହଜାର ୫୬ ଟଙ୍କାର ସମାଧାନ କରାଯାଇଥିଲା। ସେହିପରି ୨୮୨୩ ଟି ବିଚାରଧୀନ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୧୭ଟି ମୋଟର ଜାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୧ କୋଟି ୪୬ ଲକ୍ଷ ୨୦ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରଯାଇଥିଲା ।

ସେହିଭଳି ୨୧ ଟି ଜେକ ବାଉନ୍ସ ମାମଲାର ବିଚାର କରାଯାଇ ୪୫ ଲକ୍ଷ ୬୨ହଜାର ୩୮୮ଟଙ୍କାରେ ସମାଧାନ କରାଯାଇଥିଲା। ୧୮ ଟି ଶ୍ରମ ବିବାଦ ଜନିତ ମାମଲାର ବିଚାର କରାଯାଇ ୩୩ ଲକ୍ଷ ୫୮ ହଜାର ୨୬୫ ଟଙ୍କାରେ ସମାଧାନ କରାଯାଇଥିଲା ୧୪୫ ଟି ଦେୱାନୀ ମାମଲାର ସମାଧାନ କରାଯାଇ ଥିଲା। ୦୭ଟି ବିଚାରଧୀନ ବ୍ୟାଙ୍କ ସମ୍ପର୍କିତ ମାମଲା, ୦୭ଟି ପାରିବାରିକ ମାମଲା (ଜ୍ଞାତପତ୍ର ବ୍ୟତୀତ), ୦୧ ଟି ଖାଉଟି ବିବାଦ, ୦୧ ଟି ଜମି ଅଧିଗ୍ରହଣ ମାମଲା, ୬୫୪ ଟି ଫୌଜଦାରୀ ସମ୍ପର୍କିତ ମାମଲା, ୨୦୫୨ ଟି ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା ଫଇସଲା କରା ଯାଇଥିଲା , ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ତାଳଚେର,ଆଠମଲିକ,ପାଲଲହଡା, ଛେଣ୍ଡିପଦା ଓ ବଅଁରପାଳ ରେ ଥିବା ଅଦାଲତ, ଖାଉଟି ଅଦାଲତ, ବିଭିନ୍ନ ତହସିଲ, ବ୍ୟାଙ୍କ ଓ ବି.ଏସ.ଏନ.ଏଲ୍. ଶ୍ରମ କାର୍ଯ୍ୟାଳୟ ଇତ୍ୟାଦି ଅଂଶ ଗ୍ରହଣ କରିଥିଲେ।
ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧୀକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାମୋଦର ରଥଙ୍କ ତତ୍ତ୍ବାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତଟି ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଇତଟିରେ ଅନୁଗୋଳ ଅଦାଲତର ବିଚାରପତିଗଣ,ସରକାରୀ ଓକିଲ, ଅନୁଗୋଳ କୋର୍ଟର ଆଇନଜୀବୀ, କୋର୍ଟ, ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଏହି ଲୋକ ଅଦାଲତଟିକୁ ସଚିବ ଜିଲ୍ଲା ଆଇନସେବା ପ୍ରାକରଣ ପରିଚାଳନା କରିଥିଲେ।
