• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପର୍ଯ୍ୟଟକ ମାନଙ୍କୁ ଅପହରଣ, ଲୁଟ ଓ ଆକ୍ରମଣ ନେଇ ୬ ଅଭିଯୁକ୍ତ ଗିରଫ

Bymamatanews

Jun 9, 2025
Spread the love

ଅନୁଗୁଳ ସଦର ଥାନା ଅନ୍ତର୍ଗତ ମୁଷାପାପୁଲି ଅଞ୍ଚଳରେ ଗତ ମାସ ୩୦ ତାରିଖରେ ଆକ୍ରମଣ, ଅପହରଣ ଓ ଲୁଟ୍ ଘଟଣାରେ ସମ୍ପୂକୁ ଥ‌ିବା ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁର ପ୍ରଦୀପ ବେହେରା,
ପ୍ରଦୀପ ସ୍ବାଇଁ, ପିଣ୍ଡୁ ସାହୁ, ବିଶ୍ବଜିତ ମହାପାତ୍ର, ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପରଙ୍ଗ ଗାଁର ମାନସ ରଞ୍ଜନ ପାତ୍ର ଓ ଜିତେନ୍ଦ୍ର ସେନାପତି।

ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ବୋଲେରୋ, ଗୋଟିଏ କାର, ଗୋଟିଏ ମୋଟର ସାଇକେଲ, ଗୋଟିଏ ମୋପେଡ୍, ୭ଟି ମୋବାଇଲ ଫୋନ୍, ୭ ହଜାର ଟଙ୍କା, ଲୁହା ପାଇପ୍ ଓ ଠେଙ୍ଗା ଜବତ କରିଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ରବିବାର କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ସୁବୁନ୍ ନାୟକ, ଚିନ୍ମୟ ଦାଶ, ସରୋଜ ଜେନା, ବିନୋଦ ସେଠୀ ଓ ଦେବାଶିଷ ବିଶ୍ବାଳ ଏକ ବୋଲେରୋ ଗାଡ଼ି ନମ୍ଵର୍ ଓଡି-୩୪ଏଚ୍- ୭୩୩୪ ରେ ସମ୍ବଲପୁର ଆଡ଼କୁ ବୁଲି ବାକୁ ଯାଉଥିଲେ । ସକାଳ ପ୍ରାୟ ୭ଟାରେ ମୁଷାପାପୁଲି ଠାରେ ଖାଦ୍ୟ ଖାଇ ସାରି ବାହାରିବା ସମୟରେ ୧୦/୧୨ ଜଣ ବାଇକ୍ ଓ ପିକ୍‌ଅପ୍ ଭ୍ୟାନ୍‌ରେ ଆସି ତାଙ୍କୁ ଅଟକାଇ ବୋଲୋରୋର ଚାବି ଛଡ଼ାଇ ନେଇ ଚାଳକଙ୍କୁ ମାଡ଼ ମାରିଥିଲେ। ଯୁବକମାନେ ବିରୋଧ କରିବାରୁ ଦୁର୍ବୃତ୍ତମାନେ ମାଡ଼ ମାରି ସେମାନଙ୍କୁ ବୋଲେରୋ ସହ ଏକ
ନିଛାଟିଆ ଜାଗାକୁ ନେଇଯାଇଥିଲେ। ସେଠାରେ ସେମାନଙ୍କୁ ପୁଣି ମାଡ଼ମାରି ସୁନା ଚେନ୍, ମୁଦି, ବ୍ରେସ୍‌ଲେଟ୍, ମୋବାଇଲ୍ ଫୋନ୍ ସହ ଏକ ଲକ୍ଷ ଟଙ୍କା ଲୁଟିନେଇ ପଳାଇଥିଲେ। ଏହି ଯୁବକଙ୍କୁ ପୁଲିସ୍ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଚିକିତ୍ସା ପରେ ଥାନାରେ ଲିଖୂତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ସଫଳତା ସହ ଅଭିଯୁକ୍ତକୁ ମାନଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *