• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୧୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ

Bymamatanews

Jun 9, 2025
Spread the love

ପଦକ୍ଷେପ ଅନ୍ତର୍ଗତ ଓଡ଼ିଶା ଭିଜିଲାନ୍ସ ସୋମବାର ଦିନ ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍ ଧୀମନ ଚକମାଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ଧୀମନ ଚକମା ୨୦୨୧ ବ୍ୟାଚ୍ ଆଇଏଏସ୍ ଅଫିସର ସେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ରେ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିଲେ। ଜଣେ ସ୍ଥାନୀୟ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଉପଜିଲ୍ଲାପାଳ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଦୁଇଟି କିସ୍ତିରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଲାଞ୍ଚ ନେବାକୁ କହିଥିଲେ। ଅନ୍ୟଥା ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ। ଅଭିଯୋଗକ୍ରମେ ସୋମବାର ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *