• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ

Bymamatanews

Oct 9, 2024
Spread the love

ରାୟଗଡା ଜିଲ୍ଲାରେ ଜୈବିକ କୃଷି ଦ୍ବାରା ଉତ୍ପାଦିତ ଅନେକ ଖାଦ୍ୟ ଶସ୍ୟ ରହିଛି ସେଗୁଡିକୁ ଖାଇ ଆମେ ପୁଷ୍ଟି ବଢାଇ ପାରିବା : ଜିଲ୍ଲାପରିଷଦ ଅଧ୍ୟକ୍ଷ।

ରାୟଗଡ (୯/୧୦/୨୦୨୪) : ଆଜି ଜିଲ୍ଲା ପ୍ରଶାସନ ରାୟଗଡ ଦ୍ବାରା ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ କରାଯାଇଥିଲା । ଏହି ଅବସରରେ ରାୟଗଡ ଜିଲ୍ଲାପରିଷଦର ଅଧ୍ୟକ୍ଷ। ସୁଶ୍ରୀ ସରସ୍ବତୀ ମାଝୀ ଯୋଗଦେଇ ରାୟଗଡା ଜିଲ୍ଲାରେ ଜୈବିକ କୃଷି ଦ୍ବାରା ଉତ୍ପାଦିତ ଅନେକ ଖାଦ୍ୟ ଶସ୍ୟ ରହିଛି ସେଗୁଡିକୁ ଖାଇ ଆମେ ପୁଷ୍ଟି ବଢାଇ ପାରିବା ବୋଲି କହିଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ବିଚିତ୍ରା ସେଠୀ, ସୁରକ୍ଷା ଅଧିକାରୀ ପ୍ରତିମା ଦାସ, କାର୍ଯକ୍ରମ ଅଧିକାରୀ ସୁଜାତା ତ୍ରିପାଠୀ ଙ୍କ ସମେତ ଜିଲ୍ଲାର ସମସ୍ତ ୧୧ଟି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଦ୍ଵିକ। କିଶୋରୀ ବାଳିକା ଓ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ମମତା ସାହୁ ଯୋଗଦେଇ ଜଣେ ବ୍ୟକ୍ତି ନିଜର ପିଲାଦିନରେ ଯେଉଁ ଖାଦ୍ୟ ପ୍ରତି ଅଧିକ ଜୋର ଥାଏ ସେହି ଭଳି ଖାଦ୍ଯ ପ୍ରତି ନିଜର ଦୁର୍ବଳତା ସବୁବେଳେ ଦେଖାଇଥାଏ ବୋଲି କହିଥିଲେ ତେଣୁ ପୁଷ୍ଟି ବିଷୟରେ ଗୁରୁତ୍ବ ଦେବା ସମୟରେ ପରିବାରର ମୁଖ୍ୟ ମାନେ ପିଲା ମାନଙ୍କ ଖାଦ୍ୟ ପ୍ରତି ଥିବା ଦୁର୍ବଳତାକୁ ଆଖି ଆଗରେ ରଖି ସେହି ଖାଦ୍ଯରେ ପୁଷ୍ଟି ପ୍ରତି ଧ୍ୟାନ ଦେବାକୁ ପଡିବ ।

ଏହି ଅବସରରେ ପୋଷଣ ସଂକ୍ରାନ୍ତରେ ଖାଦ୍ୟ ପ୍ରସ୍ତୁତି କରି ପ୍ରଦର୍ଶନ କରାଯାଇଥିଲା ଓ ବିଭିନ୍ନ ପ୍ରତିଯୋଗିତା କରାଯାଇ ଥିଲା । ଶେଷରେ ଗତ ଏକ ମାସ ଧରି ଚାଲିଥିବା ପୋଷଣ ମାସ କାର୍ଯକ୍ରମରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପକୁ ପୁରଷ୍କାର ପ୍ରଦାନ ସହ ଉତ୍ସାହିତ କରାଯାଇଥିଲା ଏହି କାର୍ଯକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ବାଗତ କରିଥିଲା ବେଳେ, ଆକ୍ସନ ଏଡ ର ଜିଲ୍ଲା ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ପରିଚାଳନା କରିଥିଲା ବେଳେ ପୋଷଣ ଜିଲ୍ଲା ସଂଯୋଜିକା ମଧୁଲତା ଦଣ୍ଡସେନା, ଜିଲ୍ଲା ସହାୟକ ମହେନ୍ଦ୍ର ଦାସ ପ୍ରମୁଖ କାର୍ଯକ୍ରମ ଆୟୋଜନ କରିବାରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *