







ଅନୁଗୋଳ ସହର, ତାଳଚେର, ଆଠମଲ୍ଲିକ ଓ ବଇଣ୍ଡା ଅଞ୍ଚଳରେ ଏହି ଚଢ଼ାଉ କରି ବିପୁଳ ପରିମାଣର ଚୋରା ମଦ ଜବତ କରିଛି ଅବକାରୀ ବିଭାଗ। ସୂଚନା ଯେ, ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ କାରବାର ବିରୁଦ୍ଧରେ ଜୋରଦାର ଚଡ଼ର ଜାରି ରହିଛି। ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଇ କରାଯାଇ ୩୪୩ ଲିଟର ଚୋରା ମଦ ଜବତ କରାଯାଇଛି। ଏ ଘଟଣା ରେ ୧୦ଟି ମାମଲା ରୁଜୁ କରିବା ସହିତ ୧୦ ଜଣ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ୩ଟି ଦୁଇ ଚକିଆ ଯାନ ଜବତ କରାଯାଇଛି। ବିପୁଳ ମଦ ସହ ୯୦୮୦ କିଲୋ ପୋଚକୁ ନଷ୍ଟ କରାଯାଇଛି। ଏହି ଚଢାଉ ହୋଇଥିବା ବେଳେ ଇନ୍ସପେକ୍ଟର ଉମଳାର ସ୍ୱାଇଁ, ରମ୍ଭା ବାଗ୍, ଭକ୍ତବତ୍ସଳ ବର୍ମା ଓ ପବିତ୍ର ମଝିଙ୍କ ସମେତ ଅନ୍ୟ ସମସ୍ତ୍ ଷ୍ଟାଫ୍ ସାମିଲ ଥିଲେ।
