କଟକରେ ଘଟିଥିବା ଛାତ୍ରୀ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ, ଛାତ୍ରୀ ଓ ମହିଳାମାନଙ୍କୁ ନିରାପତ୍ତା ଯୋଗାଇଦେବା, ଅଶ୍ଳୀଳତା-ନଗ୍ନତା-ମଦ ମାଦକ ଦ୍ରବ୍ୟକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଦାବିରେ ଆଜି ଅନୁଗୋଳ ରାଜାଛକ ଠାରେ ଏଆଇଡିଏସଓ ପକ୍ଷରୁ ଏକ ଛାତ୍ର ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଆଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ, ଉପ-ସଭାପତି ସୁନିଲ ଭୋଇ, ସମ୍ପାଦକ ମଣ୍ଡଳୀ ସଦସ୍ୟ ପରମାନନ୍ଦ ସାହୁ, ବିନୋଦ ସେଠୀ, ଈଷା ଧର, ତରୁଣସେନ ନାୟକ, ନାରାୟଣ ସାହୁ, ନିମାଇଁ ସାହୁ, ସପ୍ତର୍ଷୀନୀ ରାଉଳ, ପ୍ରଶାନ୍ତ ଦାସ, ରାଜ୍ୟ କମିଟି ସଦସ୍ୟ ନିରୁପମା ନାୟକ, କିଷାନ ସାହୁ, ଶୁଭସ୍ମିତା ସାହୁ, ଗୈାର ପାତ୍ର, ସରୋଜିନୀ ବେହେରା, ପଲ୍ଲୀ ମଲ୍ଲିକ,
ମନୋଜ ପାତ୍ର, ବନ୍ଦନା ଓରାମ, ପପୁନ ସାହୁ ପ୍ରମୂଖ ନେତୃତ୍ୱ ନେଇଥିଲେ । ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏଆଇଡିଏସଓ ଅନୁଗୋଳ ଜିଲ୍ଲା ସମ୍ପାଦକ ନାରାୟଣ ନାୟକ ସଭାପତିତ୍ୱ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟ ରେ ରାଜ୍ୟ ତଥା ସମଗ୍ର ଦେଶରେ ଛାତ୍ରୀ ଓ ମହିଳାମାନଙ୍କ ଉପରେ ଆକ୍ରମଣ ଓ ଦୁଷ୍କର୍ମ କ୍ରମାଗତ ବଢି ଚାଲିଛି ବୋଲି କହିଥିଲେ । ଛାତ୍ର ଯୁବକମାନଙ୍କର ନୈତିକ ମେରୁଦଣ୍ଡ ଭାଙ୍ଗିଦେବା ପାଇଁ ଷଡଯନ୍ତ୍ରମୂଳକ ଭାବେ ସରକାର ଅଶ୍ଳୀଳତା-ନଗ୍ନତା-ମଦ ମାଦକ ଦ୍ରବ୍ୟର ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି ଓ ଏହା ପ୍ରତିବାଦରେ ଛାତ୍ର ସମାଜ ସହ ସର୍ବସ୍ତରର ଜନଗଣ ଏକତ୍ରିତ ହେବାକୁ ଆହ୍ୱାନ ଦେଇଥିଲେ ।
