• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଖେଳକୁଦ ସମାରୋହ ଉଦଯାପିତ

Bymamatanews

Dec 9, 2024
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ ନିକଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟ ବିଂଶତମ ବାର୍ଷିକ ଖେଳକୁଦ ସମାରୋହ ସ୍ଥାନୀୟ ପି.ବି.କେ ଉଚ୍ଚ ବିଦ୍ୟାଳୟ କ୍ରୀଡାଙ୍ଗନରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ଉଦ୍ଘାଟନ ଉତ୍ସବ ରେ ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧକାରୀ ମାନନୀୟ ଶ୍ରିଯୁକ୍ତ ଲୋଚନ ଦାସ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବାବେଳେ ପି.ବି.କେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ


ମାନନୀୟ ଶ୍ରୀଯୁକ ପବିତ୍ର ମୋହନ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ସମାରୋପ ଉତ୍ସବରେ ବଅଁରପାଳ ଥାନା ସବ ଇନ୍ସପେକ୍ଟର ଅର୍ଚ୍ଚନା ନାୟକ ମୁଖ୍ୟଅତିଥି ଭାବେ ଓ ଅବସର ପ୍ରାପ୍ତ ସେନା କର୍ମଚାରୀ ତଥା ଏକ୍ସ ଆର୍ମୀ ବ୍ରଦର୍ସ ର ପ୍ରୋପାଇଟର ଚିତ୍ତ ରଞ୍ଜନ ନାଥ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ। ଉପରୋକ୍ତ କ୍ରୀଡା ସମାରୋହରେ ବିଦ୍ୟାଳୟର ସଭାପତି ସତ୍ୟବାନ ବରାହ ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ଅତିଥିଭାବେ ପରିଚଳନା ସମିତି ର ସମ୍ପାଦକ ଶ୍ରୀଯୁକ୍ତ ଅଖିଳ କୁମାର ମହାପାତ୍ର ଓ ଯୁଗ୍ମ ସମ୍ପାଦକ ସୁମନ୍ତ କୁମାର ସାମଲ ମଞ୍ଚାସିନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟ ର କ୍ରୀଡ଼ା ପ୍ରମୁଖ ଅଜୟ କୁମାର ବେହେରା ଓ ସମସ୍ତ ଗୁରୁଜୀ, ଗୁରୁମା ସହଯୋଗ ରେ କ୍ରୀଡ଼ା ପରିଚାଳନା କରାଯାଇଥିଲା। ପରିଶେଷ ରେ ଅତିଥି ଅଧିକାରୀ ମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *