• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଡାଃ ନେଚର ପକ୍ଷରୁ ଆୟୁର୍ବେଦ ଓ ଆରୋଗ୍ୟ ଉପରେ କର୍ମଶାଳା

Bymamatanews

Dec 9, 2024
Spread the love

ରବିବାର ପୂର୍ବାହ୍ନରେ ସ୍ଥାନୀୟ ବ୍ଲାକ ଡ଼ାଇମଣ୍ଡର ସଭା କକ୍ଷରେ ଡାଃ ନେଚର
ୱେଲନେଶ ପକ୍ଷରୁ ଆୟୁର୍ବେଦ ଓ ଆରୋଗ୍ୟ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ବରିଷ୍ଠ ଆୟୁର୍ବେଦ ଡାକ୍ତର ପ୍ରଫେସର ବୈକୁଣ୍ଠନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାରୋହକୁ ଉଦଘାଟନ କରିଥିଲେ। ଡାଃ ମିଶ୍ର ନିଜ ବକ୍ତବ୍ୟରେ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଆୟୁର୍ବେଦର ଭୂମିକା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସମ୍ପ୍ରତି ସମାଜରେ ଆହାର,ନିଦ୍ରା ଏବଂ ବ୍ରହ୍ମଚର୍ଯ୍ୟ ମଧ୍ୟରେ ସମନ୍ୱୟର ଅଭାବ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ କିଭଳି ରୋଗ କିଭଳି ବ୍ୟାପୁଛି ତାହା ବୁଝାଇଥିଲେ। ନିତ୍ୟ ରସାୟନ ଦ୍ଵାରା ଅଳ୍ପ ଖର୍ଚ୍ଚରେ କିଭଳି ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ହେବ ତାହା ମଧ୍ୟ ବିଭିନ୍ନ ଶ୍ଳୋକ ମାଧ୍ୟମରେ ବୁଝାଇଥିଲେ।

ସମାରୋହରେ ବିଶେଷଜ୍ଞ ବକ୍ତା ଭାବେ ଡାଃ ନେଚର୍ ୱେଲ୍‌ନେସ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଡାଃ ତାରା ପ୍ରକାଶ ତିୱାରୀ ଯୋଗ ଦେଇ ସଂସ୍ଥାର ବିଭିନ୍ନ ପ୍ରଡକ୍ଟ କିଭଳି ଶତ ପ୍ରତିଶତ ପ୍ରାକୃତିକ ଜଡ଼ି ବୁଟିରୁ ପ୍ରସ୍ତୁତ ଏବଂ ଗୁଣାତ୍ମକ ମାପଦଣ୍ଡ ଅନୁସାରେ ପ୍ରସ୍ତୁତ ତାହା ବୁଝାଇଥିଲେ। ଜଣେ ବ୍ୟକ୍ତି ଏହି ସ୍ବଦେଶୀ ଉତ୍ପାଦିତ ଔଷଧ ବ୍ୟବହାର କରି ରୋଗରୁ ଉପଶମ ପାଇବା ସହ ଅବସର ସମୟରେ ପରିବାର ପାଇଁ କିଭଳି ଅର୍ଥ ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିବ ତାହା


ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇ ଥିଲେ। ସମାରୋହରେ ସମାଜସେବୀ ବିଜୟ କୁମାର ମୋଦି ସ୍ଵାଗତ ଭାଷଣ ଦେଇଥିବା ବେଳେ ନୀତିନ ମୋଦି ସଂଯୋଜନା କରିଥିଲେ। ଡାଃ ନେଚର୍ ୱେଲନେସ ନେଟୱର୍କର ଅନୁଗୋଳ ମୁଖ୍ୟ ସ୍ଵାଧୀନ କୁମାର ମୋଦି ସ୍ଥାନୀୟ ଅଞ୍ଚଳରେ ଆୟୁର୍ବେଦର ଆଦର ଅଧିକ ଥିବାରୁ ଡାଃ ନେଚରର ଅପାର ସଫଳତା କାମନା କରିଥିଲେ।

Leave a Reply

Your email address will not be published. Required fields are marked *