ଅନୁଗୋଳ ବ୍ଲକ ଅନ୍ତର୍ଗତ ଖମାର ଗ୍ରାମରେ ମା କଳିଙ୍ଗା ଠାକୁରାଣୀ ଓ ମା ପିତାବଳୀ ଠାକୁରାଣୀଙ୍କର ମନ୍ଦିର ପ୍ରତିଷ୍ଠା ସହ ରତ୍ନମୁଦ ଉତ୍ସଵଅନୁଷ୍ଠିତ
ହୋଇଯାଇଛି। ପୂର୍ଣ୍ଣଭୋୟା ପବିତ୍ର ଲିଙ୍ଗରା ନଦୀ ତଟରେ ଖମାର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କଳିଙ୍ଗା ଠାକୁରାଣୀ ଏବଂ ମା ପିତାବଳୀ ଠାକୁରାଣୀ ପୂଜାପାଇ ଆସୁଛନ୍ତି। ଗାଁଟିକୁ ମା ନିଜ ପଣତକାନିରେ ସଦା ସର୍ବଦା ଘୋଡାଇ ରଖିବା ସହ ଭକ୍ତଙ୍କ ମନୋବାଞ୍ଛା ପୂରଣ କରୁଛନ୍ତି। ଯେଇଁ ସ୍ଥାନରେ ମା ପିତାବଳୀ ଠାକୁରାଣୀଙ୍କର ଅବ୍ରିଭାବ ସ୍ଥଳଟି ଥିଲା କିଛି ବର୍ଷ ପୂର୍ବରୁ ତିଆରି ହେଉ ଥିବା ଜାତୀୟ ରାଜପଥ ୫୫ ରେ ତାହା ଲୀନ ହୋଇଥିବାରୁ ମାଙ୍କର ଆଜ୍ଞା ଅନୁଯାୟୀ ତାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇ ସେଠାରେ ନୂତନ ମନ୍ଦିରର ନିର୍ମାଣ କରାଯାଇଥିଲା। 

ତିନି ବର୍ଷ ପୂର୍ବରୁ ନୂତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ମା ଙ୍କର ଆଶ୍ରିବାଦରୁ ଚଳିତ ବର୍ଷ ମାର୍ଗଶିର ମାସ ୨୬ ତାରିଖ ଠାରୁ ୨୮ତାରିଖ ପର୍ଯ୍ୟନ୍ତ ତ୍ରି ଦିନାମ୍ତକ ମନ୍ଦିର ପ୍ରତିଷ୍ଠା ରତ୍ନାମୁଦ,ଚଣ୍ଡୀମହାଯଂଜ୍ଞ, କଳସ ଯାତ୍ରା ମହାଶମହାରରେ ଗ୍ରାମ ସଭାପତି ଅଳକାନନ୍ଦ ନନ୍ଦ ଏବଂ ଗ୍ରାମ୍ୟ କମିଟର ସହଯୋଗ କ୍ରମେ ଉତ୍ସବଟିକୁ ଧୁମ ଧାମରେ ଅନୁଷ୍ଠିତ କରାଯାଇଅଛି।ଏଥିରେ ଅନୁଗୋଳ ବିଧାୟକ ମାନନୀୟ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ତାଳଚେର ବିଧାୟକ ମାନନୀୟ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇ ମାଙ୍କ ଦର୍ଶନ ଲାଭ କରିଥିଲେ। ଏବଂ ମାଙ୍କର ଓ ମନ୍ଦିରର କିଭଳି ଉର୍ନତି ସାଧିତ ହେବ ତାହା ଆଲୋଚନା କରିଥିଲେ। ଏଠାରେ ଗ୍ରାମର ଯୁବ ଗୋଷ୍ଟି ଗ୍ରାମ୍ୟ କମିଟି ଦ୍ୱାରା ପ୍ରସାଦ ସେବନ ଓ ଥଣ୍ଡା ପାନୀୟ ର ବ୍ୟବସ୍ଥା କରାଯାଇଥିଲା।

 
                                