୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ରେ ମନ୍ଥରତା କୁ ଦୋଷ ଦେଲେ ଜନସାଧାରଣ
ଚଳିତମାସ ପହିଲା ବେଳକୁ ଅନୁଗୋଳର ବାୟୁମଣ୍ଡଳ ସ୍ବଚ୍ଛ ଥିଲା । କିନ୍ତୁ ଗତ ୫ ଦିନରେ ପ୍ରଦୂଷଣ ସୀମା ଟପିଛି। ଆଉ ଆଜି ବାୟୁ ମାନ ସୂଚକାଙ୍କ ୩୧୯ ଏକ୍ୟୁଆଇ ରେ ପହଞ୍ଚିଛି। ଫଳରେ ରାଜ୍ୟର ସର୍ବାଧିକ ପ୍ରଦୂଷିତ ସହର ହୋଇଛି ଅନୁଗୋଳ। ଏଠାରେ ବାୟୁ ପ୍ରଦୂଷଣ ନୂଆଦିଲ୍ଲୀକୁ ପାର୍ କରି ଯାଇଥିଲା ସହର ଭାବେ ଦୁର୍ନାମ ମୁଣ୍ଡାଇଛି।

ପ୍ରଦୂଷଣର ବିଷ ବଳୟ ମାଡ଼ି ଚାଲିଛି ଓଡ଼ିଶାରେ। ସ୍ଥିତି ଏମିତି ହେଲାଣି, ପ୍ରଦୂଷଣ ତାଲିକାରେ ଅନୁଗୋଳ ଦେଶରେ ୨ ନମ୍ବର ସ୍ଥାନରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ କହୁଛି, ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଅନୁଗୋଳ ର ଏୟାର କ୍ୱାଲିଟି ଇନଡେକ୍ସ ୩୧୯ ଏକ୍ୟୁଆଇ
ଥିଲା। ୧ ନମ୍ବରରେ ଥିଲା ମେଘାଳୟର ବ୍ରିର୍ନି ହାଟ, ଏଠାରେ ଏକ୍ୟୁଆଇ ୩୨୨ ଥିଲା।

ଅନୁଗୋଳ ର ହାକିମପଡ଼ାରେ ରେ ରାତି ୯ଟାବେଳେ ବାୟୁ ବାୟୁର ମାନ ୨୭୯ ଥିଲା, ଯାହାକି ନିମ୍ନମାନର । ସେତିକି ନୁହେଁ, ଭୁବନେଶ୍ବର ସ୍ଥିତି ବି ଚିନ୍ତାଜନକ। ଭୁବନେଶ୍ଵରରେ ବାୟୁର ମାନ ଦିଲ୍ଲୀ ସହରଠାରୁ ବି ଅଧିକ ଖରାପ ହେଲାଣି। ତଥ୍ୟ ଅନୁସାରେ ଅପରାହ୍ନ ୪ଟାବେଳେ ଭୁବନେଶ୍ୱରରେ ଏକ୍ୟୁଆଇ ୨୫୦ ଥିଲା। ଏହି ସମୟରେ ଦିଲ୍ଲୀରେ ଏକ୍ୟୁଆଇ ୧୯୭ ଥିଲା । ରାତି ୯ଟାବେଳେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଏକ୍ୟୁଆଇ ୧୪୮, ପଟିଆରେ ୨୩୬ ଥିଲା । ଅନୁଗୋଳ ରେ ବାୟୁ ପ୍ରଦୂଷଣ ଭୟାନକ ରୂପ ନେଲାଣି। ରାସ୍ତାରେ ଯାତ ପାତାୟତ କଷ୍ଟକର ହୋଇ ପଡ଼ୁଛି । ବିଭିନ୍ନ ଶିଳ୍ପାଞ୍ଚଳରୁ ଉଡ଼ୁଥିବା ଧୂଳିକଣା, ଧୂଆଁ, ଫ୍ଲାଏଆସ୍ ସାଙ୍ଗକୁ ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ସମସ୍ୟା ବଢ଼ାଇବାରେ ଲାଗିଛି। ଶିଳ୍ପାଞ୍ଚଳ ଯୋଗୁ ଜିଲ୍ଲାରେ ଭାରୀଯନ ଓ ଗାଡ଼ି ଚଳାଚଳ ବହୁଳ ମାତ୍ରାରେ ବଢ଼ିଛି।

ଏଥିଯୋଗୁ ଧୂଳି, ଧୁଆଁ ଚାରିଆଡ଼କୁ ମାଡ଼ି ଯାଉଛି।ଅନୁଗୋଳ ସହରରେ ବାୟୁ ପ୍ରଦୂଷଣ ହଠାତ୍ ବୃଦ୍ଧି ପାଇଥିଲା ବେଳେ ତାଳଚେର ସ୍ଥିତି ବି ଭଲ ବାୟୁମଣ୍ଡଳରେ ପିଏମ୍-୧୦ ସ୍ତର ଅଧିକ ରହିଛି। ତେବେ ଗତକାଲି ଏଠାରେ ଏକ୍ୟୁଆଇ ୩୦୨ରେ ପହଞ୍ଚିଥିଲା | ବାୟୁମଣ୍ଡଳରେ ଓଜୋନ୍ ସ୍ତର ବଢ଼ିବା ସହ ଅତି କ୍ଷୁଦ୍ର କଣିକା ବି ଭରି ଯାଇଥିଲା।
ଏବେ ଠାରୁ ଅନୁଗୋଳ ଜିଲ୍ଲାର ସ୍ଥିତି ଏଭଳି । ଆଗକୁ ଆହୁରି ଅନେକ କଳାକାରଖାନା , ଖଣି ହେବାର ପ୍ରସ୍ତାବ ରହିଛି । ଯଦି ଏସବୁ କାର୍ଯ୍ୟକାରୀ ହୁଏ ତାହାଲେ ପରସ୍ଥିତି କଣ ହେବ ତାହା ସହଜରେ ଗ୍ରହଣ ହେବ ନାହିଁ ବୋଲି ଜନସାଧାରଣ କହିଛନ୍ତି।
ଅନୁଗୋଳ ରୁ ସୁଶାନ୍ତ କୁମାର ସାମଲ ଙ୍କ ରିପୋର୍ଟ ମମତା ନ୍ୟୁଜ

