ଅନୁଗୋଳ (୧୦/୦୨/୨୦୨୬) : ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର(NIC), ଅନୁଗୋଳ ଦ୍ଵାରା ଆଜି ‘ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ-୨ ଏବଂ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ଅଭିଷେକ ସିଂ (DIO),NIC ଯୋଗ ଦେଇ ସାଇବର ସୁରକ୍ଷାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ବନ୍ଧରେ କହିଥିଲେ। ଇଣ୍ଟରନେଟ୍ ଏବଂ କୃତ୍ରିମ ବୁଦ୍ଧିମତ୍ତାର ସୁରକ୍ଷିତ ବ୍ୟବହାର, ପ୍ରମୁଖ ସାଇବର ବିପଦ ଏବଂ ସେଗୁଡ଼ିକର ପ୍ରତିହତ ବ୍ୟବସ୍ଥା ତଥା ସାଇବର ସ୍ଵଚ୍ଛତା ସମ୍ପର୍କରେ ସେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ ଯୋଗଦେଇ ସାଇବର ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ଅଭ୍ୟାସର ବ୍ୟବହାର ସମ୍ପର୍କରେ ଜ୍ଞାନ ଅହୋରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଅଧ୍ୟକ୍ଷ ଶ୍ରୀ ହିରନ୍ମୟ ପ୍ରସାଦ ଚାନ୍ଦ, କେନ୍ଦ୍ରୀୟ ବିଦ୍ୟାଳୟ-୨ର ଅଧ୍ୟକ୍ଷ ଶ୍ରୀ ପଙ୍କଜ କୁମାରଙ୍କ ସମେତ ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ରର କର୍ମଚାରୀପ୍ରମୁଖ ଉପସ୍ଥିତ ଥିଲେ।
