ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ରେ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନା ରେ ଚାକିରି କରାଇଦେବା ନେଇ ଦୁଇ ଯୁବତୀ ଠକାମି ର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗକାରିଣୀ ଜଣଙ୍କ ହେଲେ ଗୋତମରା ଗ୍ରାମର ସୁଶ୍ରୀ ସଂଗୀତା ନାଏକ । ସୁଶ୍ରୀ ଙ୍କ ଅଭିଯୋଗ ମୁତାବକ ଆଜିକୁ ପ୍ରାୟ ୮ ମାସ ପୂର୍ବେ ବାଲିମି ଥାନା ଗଣ୍ଡିଝରା ଗ୍ରାମର ବିଦେଶୀ ନାଏକ ଓ କଣ୍ଟାବଣିଆ ଥାନା ତାଳବାହାଳ ଗ୍ରାମର ଗୋପାଳି ବେହେରା ଚାକିରି କରାଇଦେବା କହି ସୁଶ୍ରୀ ଙ୍କ ଠାରୁ ୨୪୫୦୦ ଟଙ୍କା ଓ ତାଙ୍କର ସଙ୍ଗ ବର୍ଷାରାଣୀ ବେହେରା ୧୮୬୫୦ ଟଙ୍କା ନେଇ ଅନଲାଇନ୍ ମାଧ୍ୟମରେ ନେଇଥିଲେ ।

ସେବେଠାରୁ ଚାକିରି ନା ଦେଇଛନ୍ତି ନା ଟଙ୍କା ଫେରାଉ ନାହାନ୍ତି ।ଫୋନ କଲେ ଅସଭ୍ୟ ଭାଷା ରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବା ଭଳି ଧମକ ଦେଉଛନ୍ତି। ଶେଷରେ ସୁଶ୍ରୀ ନିରୁପାୟ ହୋଇ ନ୍ୟାୟ ପାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଥାନା ପକ୍ଷରୁ କେଶ୍ ନମ୍ଵର୍ ୬୭ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
