ବଅଁରପାଳ ଅଞ୍ଚଳରେ କଳା ପୁଲସର ଗାଡିର ଆତଙ୍କ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖରେ ବସ୍ ଯାତ୍ରୀଙ୍କ ଠାରୁ କଳା ପୁଲସର ରେ ଆସି ମୋବାଇଲ ଲୁଟ ଅଭିଯୋଗ। ଅଭିଯୋଗ କାରୀ ସଞ୍ଜୟ ଦଳବେହେରାଙ୍କ କହିବା ଅନୁସାରେ ସନ୍ଧ୍ୟା ୬ ଘଟିକା ସମୟରେ କାଳିଆ ନନା ନାମକ ଏକ ବସ ରେ ଯିବା ପାଇଁ ଚାଳକଙ୍କ ସହ କଥା ହେବା ସମୟରେ ଏକ ପୁଲସର ବାଇକ ଆସି ଫିଲ୍ମ ଷ୍ଟାଇଲ୍ ରେ ଆସି ଯାତ୍ରୀଙ୍କ ସାର୍ଟ ପକେଟରୁ ମୋବାଇଲ ଝାମ୍ପି ଫେରାର୍ ହୋଇଯାଇଥିଲା। ସ୍ଥାନୀୟ ଲୋକେ ବାଇକ୍ ର ପିଛା କରିଥିଲେ ମଧ୍ୟ ଲୁଟେରା ଆଖି ପିଛୁଳାକେ ତାଳଚେର ଅଭିମୁଖେ ଫେରାର ହୋଇଯାଇଥିଲେ।
