ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ମାଣପୁର ଗାଁର ଘଟିଛି ଅଭାବନୀୟ ଘଟଣା । ୩ ରୁ ୪ ଦିନ ତଳୁ ମ୍ୟାନେଜର ଅଭୟ ନାଏକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବର୍ତ୍ତମାନ ପରିବାର ଲୋକ ପହଞ୍ଚିଛନ୍ତି । ପରିବାରବର୍ଗ କିଛିଦିନ ହେବ ଯୋଗଯୋଗ୍ଘ କରିଥିଲେ ମଧ୍ୟ ଅଭୟଙ୍କ ଯୋଗାଯୋଗ ହୋଇପାରି ନ ଥିଲା। ଘର ଭିତରୁ ପଚା ଗନ୍ଧ ଆସୁଥିବାରୁ ସ୍ଥାନୀୟ ଲୋକ ପୋଲିସ ସୂଚନା ଦେଇଥିଲେ । ସୂଚନା ଅନୁସାରେ ଅଭୟଙ୍କ ପରିବାର ଅନୁଗୋଳରେ ରହୁଥିବା ବେଳେ ଗତ ୩-୪ ମାସ ହେଲା ଅଭୟ ମାଣପୁରରେ ଘର ନିର୍ମାଣ କରି ଏକୁଟିଆ ରହୁଥିଲେ । ତେବେ ଆଜି ରାତ୍ର ସମୟରେ ନବ ନିର୍ମିତ ଘରୁ ପଚା ଗନ୍ଧ ଆସୁଥିବାରୁ ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ। ଖବର୍ ପାଇଁ ପୋଲିସ ପହଁଚି ଘର ଖୋଲି ଦେଖିବାକୁ ପାଇଥିଲେ ଯେ, ଅଭୟ ଙ୍କ ମୃତ ଶରୀର ରୁମ୍ ର ଖଟ ଉପରେ ପଡ଼ିଛି ଏବଂ ମୁଣ୍ଡ ରୁ ରକ୍ତ ସ୍ରାବ ହେଉଛି। ପୋଲିସ ଶବ କୁ ଜବତ କରି ତଦନ୍ତ ଆରମ୍ଭ କରିଛି।
