• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ପରିଷଦର ୫୯ତମ ସାଧାରଣ ବୈଠକ ଅନୁଷ୍ଠିତ ।

Bymamatanews

Apr 10, 2025
Spread the love

ଅନୁଗୋଳ : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦର ୫୯ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ଶ୍ରୀ ନଳିନୀକାନ୍ତ ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ମାନ୍ୟବର ଢେଙ୍କାନାଳ ସାଂସଦ ପ୍ରତିନିଧି ଶ୍ରୀ ରାଜେନ୍ଦ୍ର ସିଂଙ୍କ ସମେତ ଜିଲ୍ଲା ପରିଷଦର ସଦସ୍ୟା ଓ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମହମ୍ମଦ ଅଖତର ବୈଠକରେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧ୍ବକାରୀ ଶ୍ରୀ ଦେବଦତ୍ତ ମହନ୍ତ ସମସ୍ତ ସଦସ୍ୟଙ୍କୁ ସ୍ବାଗତ କରିବା ସହ ତା.୨୫.୦୯.୨୦୨୪ ରିଖରେ ଅନୁଷ୍ଠିତ ହୋଇଥିବା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । କାର୍ଯ୍ୟସୂଚୀ ମୁତାବକ ବୈଠକରେ ପୂର୍ବ ସଭାରେ ନିଆଯାଇଥିବା ନିଷ୍ପତ୍ତ ଅନୁପାଳନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଜିଲ୍ଲା ପରିଷଦ ସଭ୍ୟଙ୍କୁ ଆରପିଡିଏସ ବୈଠକ ଗୁଡିକରେ ସଭ୍ୟ/ସଭ୍ୟା କରିବା ନିମନ୍ତେ ଏକ ପ୍ରସ୍ତାବ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗକୁ ଅନୁମୋଦନ ନିମନ୍ତେ ପଠାଯିବା ପାଇଁ ନିଷ୍ପତ୍ତ ନିଆଯାଇଥିଲା । ବୈଠକରେ ପ୍ରଥମେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।

ଏହି ଅବସରରେ ଊପସ୍ଥିତ ସଭ୍ୟ/ସଭ୍ଯାଙ୍କ ଦ୍ବାରା ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରାଯାଇଥିଲା । ସେହିପରି ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଯଥା- ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ, ଖାଲି ଥିବା ଡାକ୍ତର ପଦବୀ ଊପରେ ନିଆଯାଇଥିବା ପଦକ୍ଷେପ, ସ୍ବାସ୍ଥ୍ୟ ବୀମାର କାର୍ଯ୍ୟକାରିତାକୁ ନେଇ ଅନୁବନ୍ଧିତ ବେସରକାରୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଉପରେ ନିଆଯାଇଥିବା ପଦକ୍ଷେପ ଓ ବିଭିନ୍ନ ସ୍ବାସ୍ଥ୍ୟ ଜନିତ ସେବା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ଗୁଡିକରେ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜିଲ୍ଲାର ସମସ୍ତ ଅଞ୍ଚଳରେ ପାନୀୟ ଜଳର ବ୍ୟବସ୍ଥା କରିବା ଏବଂ ଜଳକ୍ଳିଷ୍ଟ ଅଞ୍ଚଳ ଗୁଡିକରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ଏବଂ ପାନୀୟ ଜଳ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରିତା କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଶିଶୁ ଓ ମହିଳା ବିକାଶ, ଅନୁସୂଚିତ ଜାତି ଓ ଜନଜାତି, ଊଠା ଜଳସେଚନ, କ୍ଷୁଦ୍ର ଜଳସେଚନ ଇତ୍ୟାଦି ବିଭାଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧୁକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାଃ ଶିବାନନ୍ଦ ମହାନ୍ତି, ପୂର୍ବ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରତାପ କୁମାର ହରିପାଲ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞନ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଦିପ କୁମାର ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ଯୋଗାଣ ଅଧିକାରିଣୀ ଶ୍ରୀମତୀ ସ୍ମିତା ନାୟକ ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *