• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସାତସପନ ବନ୍ଦୀ ହୋଇଥିବା ନବବଧୂ ଘର ଛାଡି ଫେରାର୍

Bymamatanews

May 10, 2025
Spread the love

ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଧରି ପଳାଇଲା ନବବଧୂ

ବାହାଘରର ତିନି ଦିନ ନୂଆପୁରୁଣୁ ରାତିରେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ନେଇ ହସଖୁସି ପରିବାର ରେ କଳା ଦିନ ଆସିଥିବା ଅଭିଯୋଗ । ଘରେ ରାତିରେ ସମସ୍ତେ ଶୋଇଥିବା ବେଳେ ପାଇଖାନାର ସ୍କାଏଲାଇଟରେ ଫାଡ଼ି ଫେରାର ହୋଇଛି ନବବଧୂ ।

ଫଳରେ ଏନେଇ ପୁଅ ଘର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଏମିତି ଘଟଣା ଘଟିଛି ବଅଁରପାଳ ଥାନା ଭୋଗବେରିଣି ପଞ୍ଚାୟତର କେନ୍ଦୂପଲି ସାହିରେ। ଅଭିଯୋଗ ଅନୁସାରେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ସାହିର କିଶନ ଭୋଇ ତାଙ୍କ ପୁଅକୁ ଗତ ମେ ମାସ ୭ତାରିଖ ଦିନ ବୈଦିକ ରୀତିରେ ହଣ୍ଡପା ଥାନା ଅଞ୍ଚଳରେ ଶମ୍ଭୁ ଭୋଇଙ୍କ ଝିଅ ମନ୍ଦାକିନୀ ଭୋଇକୁ ବିବାହ କରିଥିଲେ। କିନ୍ତୁ ୯ ତାରିଖ ରାତିରେ ମନ୍ଦାକିନୀ ରାତିରେ ସ୍କାଏଲାଇଟ ଦେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ଘରୁ ଗଲା ବେଳେ ୧ ଲକ୍ଷ ୫୫ ହଜାର ଟଙ୍କା ୧୦ ଭରିର ସୁନା ହାର, ମଙ୍ଗଳସୂତ୍ର, ଚେନ, ଚୁଡ଼ି, କାନ ଫୁଲ ଓ ହାତ ମୁଦି ନେଇ ଫେରାର ହୋଇ ଯାଇଥିବା କିଶନ ଭୋଇ ଆଜି ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି। ମନ୍ଦାକିନୀ ଯିବା ପରେ ସ୍ବାମୀଙ୍କ ମୋବାଇଲକୁ ମୁଁ ଘରୁ ବାହାରି ଆସିଥିବା ମୋବାଇଲ ରେ ମେସେଜ କରିଛନ୍ତି। ଏନେଇ ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *