ଢେଙ୍କାନାଳ ଜିଲ୍ଲା ସୁଆଖାଇକାଟେଣି ଗ୍ରାମପଞ୍ଚାୟତ ଅସନପଟିଆ ଗ୍ରାମର ଅନଙ୍ଗ କୁମାର ଦାସ ଆଜି ସଂଧ୍ୟା.୮.୫୦ ସମୟରେ.ଖାଇ ସାରି ହାତ ଧୋଇବା ସମୟରେ ଏକ୍ ଦନ୍ତାହାତୀ ଆକ୍ରମଣ ର ଶିକାର ହୋଇଥିଲେ।

ତାଙ୍କ ବାମ ହାତ ଓ ବମଗୋଡ ଚୁରମାର ହୋଇଯାଇଛି। ବନବିଭାଗ ଗାଡି ସହାୟତାରେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବଂ ଡାକ୍ତରଙ୍କ ପରାମର୍ଶକ୍ରମେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୁର୍ବତନ ସରପଞ୍ଚ ନୃସିଂହ ଚରଣ ମହାଳିକ ଏବଂ ଗ୍ରାମର ଅଜିତ୍ ଦାସ. ଅଶୋକ ଦାସ . ବିଭୁତି ଦାସ. ମଳୟ ପାତ୍ରଙ୍କ ସହାୟତାରେ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା।
