• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ଚୋରଙ୍କ ଉତ୍ପାତ ବୃଦ୍ଧି ନେଇ ରୋଗୀ ହନ୍ତସନ୍ତ

Bymamatanews

Jul 10, 2025
Spread the love

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଦିନ ଦ୍ୱିପ୍ରହରରେ ବାଇକ ଚୋରୀ ନେଇ ନେହୁରୀ ନେହୁରୀ କାନ୍ଦୁଛି ରୋଗୀ। ଚିକିତ୍ସାଳୟ ରେ ମାଳମାଳ ସୁରକ୍ଷା କର୍ମୀ ଥିଲେ ମଧ୍ୟ ସୁରକ୍ଷା ବାହିନୀ ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଚୋର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ନୂଆ ଘଟଣା ନୁହେଁ। ପୂର୍ବରୁ ଏମିତି ବହୁତ ଥର ବାଇକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମର ସନାତନ ନାଏକଙ୍କ ପୁଅ ସନ୍ତୋଷ ନାଏକ ମାଙ୍କ ଦେହ ଅସୁସ୍ଥ ଥିବାରୁ ଭାଇଙ୍କ ଗାଡିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣିଥିଲେ । ଡାକ୍ତର ଙ୍କ ପରାମର୍ଶ ପରେ ବାଇକକୁ ଅପରାହ୍ନ ୧.୩୦ ମିନିଟ ସମୟରେ ପାର୍କିଂରେ ରଖି ରକ୍ତ ଓ ପରିସ୍ରା ପରୀକ୍ଷା ନିମନ୍ତେ ଯାଇଥିଲେ। ରିପୋର୍ଟ ନେଇ ଆସିଲା ବେଳକୁ ଯେଉଁଠି ବାଇକ ରଖିଥିଲେ ସେଠାରେ ବାଇକ୍ ନାହିଁ। ଚିକିତ୍ସା ପରିସରରେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ବାଇକ ପାଇନଥିଲେ । ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇ ନାହିଁ।

Leave a Reply

Your email address will not be published. Required fields are marked *