ରଞ୍ଜାସିଂହା ଗ୍ରାମର ଜଣେ ବ୍ୟକ୍ତିଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଘରେ ହୋଲ୍ଡର ଠିକ୍ କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗିଥିଲା। ପରିବାର ଲୋକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମିଳିଥିବା ଖବର ଅନୁସାରେ ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ରଞ୍ଜାସିଂହା ଗ୍ରାମର ଜଣେ ବ୍ୟକ୍ତିଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରଞ୍ଜାସିଂହା ଗ୍ରାମର କାର୍ତ୍ତିକ ପରିଡ଼ାଙ୍କ ପୁଅ ନଟବର ପରିଡ଼ା (୪୫)। ସୂଚନା ଅନୁଯାୟୀ ନଟବର ସକାଳ ପ୍ରାୟ ନଅଟା ବେଳେ ନିଜ ଘରେ ବିଦ୍ୟୁତ୍ ହୋଲ୍ଡର ସଜାଡୁଥିବା ବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ପରିବାର ଲୋକେ ନଟବରଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ତାଙ୍କୁ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ମୋଟଙ୍ଗା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
