• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

Spread the love

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ମାଛକୁଟା ଗ୍ରାମର ଜଣେ ବ୍ୟକ୍ତିଙ୍କର ସାପ କାମୁଡାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବ୍ଯକ୍ତି ଜଣଙ୍କ ହେଲେ ମାଛକୁଟା ଗ୍ରାମ ର ଅଖିଳ ଗଡନାୟକ।
ପରିବାର ଲୋକଙ୍କ ସୂଚନା ଅନୁସାରେ ଅଖିଳ ରାତିରେ ଘରେ ସୋଇଥିବା ବେଳେ ରାତି ପ୍ରାୟ ୩ ଘଟିକା ସମୟରେ ଗୋଟିଏ ସାପ କାମୁଡି ଦେଇଥିଲା। ସାପ କାମୁଡିବା ନେଇ ଅଖିଳ ପରିବାରବର୍ଗ ଙ୍କୁ ଜଣାଇଥିଲେ। ପରିବାର ଲୋକ ସଙ୍ଗେସଙ୍ଗେ କୋଶଳା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନ ଏଗାରଟା ବେଳେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *