• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଫ୍ଲାଏ-ଆଶ ର ଉପଯୁକ୍ତ ପରିଚାଳନା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ

Bymamatanews

Nov 10, 2024
Spread the love

ସମ୍ବଲପୁର ରାଜସ୍ୱ ବିଭାଗୀୟ ଆୟୁକ୍ତଙ୍କ କାର୍ଯ୍ୟାଳୟ ଠାରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାରେ ଶିଳ୍ପ ଦ୍ୱାରା ନିଷ୍କାସିତ ପାଉଁଶ(ଫ୍ଲାଏ-ଆଶ)ର ଉପଯୁକ୍ତ ପରିଚାଳନା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଫ୍ଲାଏ-ଆଶର ଉପଯୁକ୍ତ ପରିଚାଳନା ଏବଂ ଲୋକଙ୍କୁ ସୁରକ୍ଷିତ ପରିବେଶ ଯୋଗାଇଦେବା ନିମନ୍ତେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ବହୁ ଜନ ପ୍ରତିନିଧିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *