• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ ଟାଉନ୍ ପୋଲିସକୁ ବଡ଼ ସଫଳତା

Bymamatanews

Dec 10, 2024
Spread the love

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ନଗଦ ୨ ଲକ୍ଷ ଟଙ୍କା ଜବତ

ଦ୍ଵିପ୍ରହର ସମୟରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୋଳ ପୋଲିସ ଓ ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଟାଉନ ହାଇସ୍କୁଲ ସାମ୍ନାରେ ମ୍ୟୁନିସିପାଲଟି ନୂତନ ଭାବେ ନିର୍ମିତ ଭେଣ୍ଡିଙ୍ଗ ଜୋନ ଠାରେ ଚଢ଼ଉ କରିଥିଲେ । ସେଠାରୁ ୩ ଜଣଙ୍କୁ ଗିରଫ କରିବା ସହିତ ବ୍ରାଉନ ସୁଗାର ସହ ବହୁ ପରିମାଣର ଟଙ୍କା ଜବତ କରିଛି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି, ରାଜକିଶୋରପଡାର ଚତୁରୀ ନାଏକ, ପିଣ୍ଟୁ ଓରଫ ମୀର ହାସିମ, ତୁରଙ୍ଗର ସୋମେଶ ଦାସ ।

ଚଢ଼ଉରେ ୫ ଗ୍ରାମ ୬୦୦ ମିଲିଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ହେବ ଏକ ଲକ୍ଷ ଟଙ୍କା ହେବ। ଏଥିସହ ନଗଦ ୨ ଲକ୍ଷ ୧୭ ହଜାର ,୧୯୦ ଟଙ୍କା, ତିନିଗୋଟି ମୋବାଇଲ ଫୋନ ଓ ଗୋଟିଏ ଟାବ୍ଲେଟ, କିଛି ପ୍ରିନ୍ଟେଡ କାଗଜ ଟୁକୁରା ଯେଉଁଥିରେ ବ୍ରାଉନ ସୁଗାର ପ୍ୟାକେଟ ହୋଇଥାଏ, ତାହା ଜବତ ହୋଇଛି। ଏ ନେଇ ଅନୁଗୋଳ ଟାଉନ ଥାନା ଆଇଆଇସି ଧୀରେସ କୁମାର ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *