• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପୋଖରି ଗଛ ରୁ ଯୁବକଙ୍କ ମୃତ ଶରୀର ଉଦ୍ଧାର

Bymamatanews

Dec 10, 2024
Spread the love

ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ରାଣୀଗୋଡା ପୋଖରି ନିକଟରେ ଥିବା ଏକ ଜମ୍ବୁ ଗଛ ରେ ଝୁଲିଛି ମୃତ ଶରୀର। ମୃତ ଶରୀରକୁ ଦେଖି ସମ୍ପର୍କୀୟ ଆଣିଲେ ହତ୍ୟା ର ଅଭିଯୋଗ। ଏ ପଟେ ମୃତ ଶରୀର ତଳେ ଶରୀର କୁ ଜଗି ରହିଛି ପୋଷା କୁକୁର। ମୃତ ଶରୀର ପାଖକୁ ଗଲେ ଭୋକୁଛି, କାମୁଡ଼ି ବାକୁ ଗୋଡ଼ାଉଛି। ସୂଚନା ଯେ, କିଛି ଦିନ ତଳେ ଏହି ପୋଖରି ର ନିଲାମ ହୋଇଥିଲା। ପୂର୍ବରୁ ତୁରଙ୍ଗ ଗ୍ରାମର ଜଣେ ବ୍ୟକ୍ତି ପୋଖରି କୁ ନିଲାମ ନେଇ ପୋଖରି ହୁଡାରେ କିଛି ଗୋରୁ ରଖି ତାର ଲାଳନପାଳନ କରୁଥିଲେ । ଗୋରୁ ଗୁଡିକୁ ଦେଖା ରଖା କରିବା ପାଇଁ ରାଣୀ ଗୋଡା ଅଞ୍ଚଳର ଶୁକ୍ରୁ ବେହେରା ଙ୍କ ପୁଅ ମଣିଆ ବେହେରା ରଖିଥିଲେ। ପୋଖରି ନିଲାମ ହେବା ପରେ ଅନ୍ୟ ଜଣେ ମାଲିକ ପୋଖରି କୁ ନେଇଥିଲେ। ନିଲାମ ନେବା ଦିନ ଠାରୁ ଗତ କାଲି ପର୍ଯ୍ୟନ୍ତ ମଣିଆ ସେଠାରେ ଗୋରୁ ମାନଙ୍କୁ ଦେଖା ରଖା କରୁଥିଲେ। ଆଜି ସକାଳୁ ଦେଖିଲା ବେଳକୁ ଜମ୍ବୁ ଗଛ ରେ ମଣିଆଙ୍କର ମୃତ ଶରୀର ଝୁଲି ରହିଛି। ସମ୍ପର୍କୀୟ ଲୋକ ଘଟଣା ବିଷୟରେ ଜାଣିବା ପରେ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। ସମ୍ପର୍କୀୟ ଙ୍କ କହିବା କଥା ଯେ ଏଠାରେ ପୋଖରି ନେଇଥିବା ମାଲିକ ମଣିଆକୁ ପିଟାମରା କରନ୍ତି ବୋଲି ପୂର୍ବ ମାଲିକ କହୁଛନ୍ତି। ଅନ୍ୟପଟେ ମୃତ ଶରୀରକୁ ଦେଖି ସହି ପାରୁନାହିଁ ପୋଷା କୁକୁର। ମୃତ ଶରୀର ପାଖକୁ ଗଲେ ଭୋକୁଛି, କାମୁଡ଼ି ବାକୁ ଦୌଡୁଛି । ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦେଖାଯାଉ ଘଟଣାର ସତ୍ୟାସତ୍ୟ କଣ ସମ୍ପର୍କୀୟ ଲୋକେ ଅଭିଯୋଗ ସତ୍ୟ ନା ଆଉ କଣ ରହିଛି ମୃତ୍ୟୁର ରହସ୍ୟ।

Leave a Reply

Your email address will not be published. Required fields are marked *