ଅନୁଗୋଳ ପୁରୁଣାକୋଟ ଥାନା ଟିକରାପଡ଼ା ଗାଁ ନିକଟ ଦେଇ ଯାଇଥିବା ମହାନଦୀରେ ଜଣେ ଗାଧୋଉଥିବା ବେଳେ ଅସାବଧାନତା ପାଇଁ ପାଣି ରେ ବୁଡି ଯାଇଥିଲେ। ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣ ଙ୍କ ହେଲେ ଟିକରପଡ଼ା ଗ୍ରାମର ଗୁରୁ ବାରିକ ଙ୍କ ଝିଅ ଗୀତା ବାରିକ (୨୬) ବୋଲି ଜଣା ପଡିଛି। ସୂଚନା ଯେ ଆଜି ସକାଳ ୧୦ ଘଟିକା ବେଳେ ଗୀତା ନଦୀ କୁ ଗାଧୋଇ ଯାଇଥିଲେ। ନଦୀ କୂଳ ରେ ଗାଧୋଉଥିବା ବେଳେ ଅସାବଧାନତା ପାଇଁ ଗୋଡ଼ ଖସି ଯାଇଥିଲା। ଯାହା ଫଳରେ ଗୀତା ପାଣି ରେ ବୁଡି ଯାଇଥିଲେ। ଗୀତା ପାଣିରେ ଭାସୁଥିବା ଦେଖି ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକ ଗୀତା ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଁଚି ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇବା ଅଧିକ ତଦନ୍ତ କରୁଛି।
